ଅଷ୍ଟ୍ରେଲିଆରେ ଭାରତୀୟ ଛାତ୍ରଙ୍କୁ ଆକ୍ରମଣ

ମେଲବର୍ନ,୧୫ା୭: ଅଷ୍ଟ୍ରେଲିଆରେ ଜଣେ ୨୩ ବର୍ଷୀୟ ଭାରତୀୟ ଛାତ୍ରଙ୍କୁ ଆକ୍ରମଣ କରାଯାଇଛି। ଫଳରେ ସେ ଗୁରୁତର ଆହତ ହୋଇଛନ୍ତି। ନ୍ୟୁ ସାଉଥ୍‌ ଓ୍ବେଲ୍‌ସ ପୋଲିସ ତାଙ୍କୁ ଓ୍ବେଷ୍ଟମିଣ୍ଡ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ଉଗ୍ରପନ୍ଥୀ ତତ୍ତ୍ୱଙ୍କୁ ବିରୋଧ କରିବାରୁ ୪ରୁ ୫ଜଣ ଖଲିସ୍ତାନୀ ସମର୍ଥକ ଛାତ୍ରଙ୍କୁ ଏକ ଗାଡ଼ି ଭିତରୁ ଘୋଷାଡ଼ି ନେଇ ଲୁହା ରଡ୍‌ରେ ଆକ୍ରମଣ କରିଥିଲେ। ଫଳରେ ସେ ଗୁରୁତର ଆହତ ହୋଇଛନ୍ତି।

Share