ଏନ୍‌ଡିଆର୍‌ଏଫ୍‌ ଡିଜି ସତ୍ୟନାରାୟଣଙ୍କୁ ଏନ୍‌ସିବି ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର,୩୦।୭(ବ୍ୟୁରୋ): ଓଡ଼ିଆ ଆଇପିଏସ୍‌ ଅଧିକାରୀ ତଥା ଏନ୍‌ଡିଆର୍‌ଏଫ୍‌ ଡିଜି ସତ୍ୟନାରାୟଣ ପ୍ରଧାନଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)ର ମହାନିର୍ଦ୍ଦେଶକ(ଡିଜି) ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଗୁରୁବାର ଆଇପିଏସ୍‌ ଅଫିସର ରାକେଶ ଆସ୍ଥାନାଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସତ୍ୟନାରାୟଣ ଏନ୍‌ଡିଆରଏଫ୍‌ରେ ନିଜ ଦାୟିତ୍ୱ ସୁଚାରୁରୂପେ ପାଳନ କରିବା ସହ ଓଡ଼ିଶା ସମେତ ଅନ୍ୟ ରାଜ୍ୟର ପ୍ରାକୃତିକ ବିପର୍ଯ୍ୟୟ କ୍ଷେତ୍ରରେ ସଫଳ ନେତୃତ୍ୱ ନେଇ ଚର୍ଚ୍ଚାରେ ରହିଥିଲେ। ତେଣୁ କେନ୍ଦ୍ର ସରକାର ତାଙ୍କ ଉପରେ ଆସ୍ଥା ଓ ବିଶ୍ୱାସ ରଖି ଏନ୍‌ସିବି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି।

ସତ୍ୟନାରାୟଣ ୧୯୮୮ବ୍ୟାଚ୍‌ ଝାଡଖଣ୍ଡ କ୍ୟାଡ୍‌ରର ଆଇପିଏସ୍‌ ଅଧିକାରୀ। ସେ କେନ୍ଦ୍ରୀୟ ଡେପୁଟେଶନରେ ଥିବା ସମୟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍‌ ଜାତୀୟ ପୋଲିସ ଏକାଡେମୀର ସହାୟକ ନିର୍ଦ୍ଦେଶକ ଓ ଡେପୁଟି ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ଏଥିସହିତ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାରେ ଗୁରୁଦାୟିତ୍ୱ ତୁଲାଇଛନ୍ତି। ପରେ ତାଙ୍କୁ ଏନ୍‌ଡିଆର୍‌ଏଫ୍‌ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ମିଳିଥିଲା।

 

Share