Categories: ଫୁରସତ

ବିପର୍ଯ୍ୟୟ ସମୟର ସାଥୀ ଏନ୍‌ଡିଆର୍‌ଏଫ୍‌

ବିପର୍ଯ୍ୟୟ ସମୟରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ (ଏନ୍‌ଡିଆର୍‌ଏଫ୍‌) ପ୍ରଭାବିତ ଲୋକଙ୍କ ପାଖରେ ପହଞ୍ଚି ଆବଶ୍ୟକ ସେବା ଯୋଗାଇ ଦେଇଥାଏ। ଏନ୍‌ଡିଆରଏଫ୍‌ ବିପର୍ଯ୍ୟୟ ସମୟର ସାଥୀ ପାଲଟେ। ଉଦ୍ଧାର କାର୍ଯ୍ୟ, ରିଲିଫ୍‌ ଯୋଗାଣରେ ଏନଡିଆରଏଫ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏନ୍‌ଡିଆରଏଫ୍‌ ସମ୍ପର୍କରେ ଚେତନତା ସୃଷ୍ଟି ଲାଗି ଏବଂ ଏହାର ମହାନ କାର୍ଯ୍ୟ ପ୍ରତି ସମ୍ମାନ ପ୍ରଦର୍ଶନ ପାଇଁ ପ୍ରତିବର୍ଷ ଜାନୁଆରୀ ୧୯ରେ ଭାରତରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ ଦ୍ୱାରା ଏନ୍‌ଡିଆରଏଫ୍‌ ରାଇଜିଂ ଦିବସ ପାଳନ କରାଯାଏ। ବିପର୍ଯ୍ୟୟ ପରିଚାଳନା ଅଧିନିୟମ, ୨୦୦୫ ଅନୁଯାୟୀ ବିପଦପୂର୍ଣ୍ଣ ବିପର୍ଯ୍ୟୟ ପରିସ୍ଥିତିର ଏକ ବିଶେଷ ପ୍ରତିକ୍ରିୟା ଉଦ୍ଦେଶ୍ୟରେ ୨୦୦୬ରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ ଗଠନ କରାଯାଇଥିଲା।

Share