ଅନେକ ମହିଳାଙ୍କ ସହ ନେ-ୟୋଙ୍କ ସମ୍ପର୍କ

ଓ୍ବାଶିଂଟନ୍‌, ୧ା୮: ନେ-ୟୋ ଭାବେ ଜଣା ଆମେରିକୀୟ ଗାୟକ ଶାଫେର ଚିମେରେ ସ୍ମିଥ୍‌ଙ୍କ ନାଁରେ ସ୍ତ୍ରୀ କ୍ରିଷ୍ଟାଲ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ନେ-ୟୋ ଜଣେ ସିରିଏଲ ଠକ ଏବଂ ଅନେକ ମହିଳାଙ୍କ ସହ ସେ ସମ୍ପର୍କ ରଖିଛନ୍ତି ବୋଲି କ୍ରିଷ୍ଟାଲ ରବିବାର ଏକ ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ କହିଛନ୍ତି। ଗତ ଏପ୍ରିଲରେ ଉକ୍ତ ଦମ୍ପତି ପୁନର୍ବିବାହ କରିଥିବାବେଳେ ଏବେ କ୍ରିଷ୍ଟାଲ ଇନ୍‌ଷ୍ଟା ପୋଷ୍ଟରେ ବିବାହ ବିଚ୍ଛେଦ ନେଇ ଘୋଷଣା କରିଛନ୍ତି। ଏଣିକି ସେ ନିଜ ଖୁସି, ସ୍ବାସ୍ଥ୍ୟ ଏବଂ ପିଲାମାନଙ୍କ ଯତ୍ନ ନେବେ ବୋଲି କହିଛନ୍ତି। ୮ ବର୍ଷ ମିଛ ସମ୍ପର୍କ ଓ ପ୍ରତାରଣାରେ କଟିଛି। ତାଙ୍କ ଅଜାଣତରେ ନେ-ୟୋ ତାଙ୍କୁ ଠକି ଚାଲିଥିଲେ ବୋଲି କ୍ରିଷ୍ଟାଲ ଉକ୍ତ ପୋଷ୍ଟରେ ଲେଖିଛନ୍ତି।

Share