Categories: ଜାତୀୟ

୨୦୨୩ରେ ମହିଳାମାନେ ଗୁଗ୍‌ଲରେ ଅଧିକ ସର୍ଚ୍ଚ କରିଛନ୍ତି ଏହି ସବୁ ଜିନିଷ, ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୨୩।୧୨: ଟେକ୍ନୋଲୋଜି, ଇଣ୍ଟରନେଟ, ଗୁଗ୍‌ଲ ପରି ସର୍ଚ୍ଚ ଇଞ୍ଜିନ ଆମର ନିତିଦିନଆ କାମକୁ ସହଜ କରି ଦେଇଛି। ମନରେ କିଛି ବି ପ୍ରଶ୍ନ ଥିଲେ କିଛି ବି ଦ୍ୱନ୍ଦ ଥିଲେ ଆମେ ଗୁଗ୍‌ଲରେ ସର୍ଚ୍ଚ କରି ସେ ବିଷୟରେ ଜାଣି ପାରୁଛୁ। ଇତିହାସ ହେଉ କି ଭବିଷ୍ୟ, ଖାଦ୍ୟ ହେଉ କି ରେଷ୍ଟୁରାଣ୍ଟ କିମ୍ବା ମନୋରଞ୍ଜନ ସମ୍ପର୍କରେ ହେଉ କି ପ୍ରେକ୍ଷାଳୟ ଏସବୁ ସମ୍ପର୍କରେ ଆମେ ଗୁଗ୍‌ଲରୁ ଜାଣିପାରୁଛୁ। ସେହିପରି ନିକଟରେ ଥିବା କୌଣସି ଦୋକାନ, ଜିମ୍‌ କିମ୍ବା ଫିଲ୍ମ ହଲ୍‌ ସମ୍ପର୍କରେ ମଧ୍ୟ ସୂଚନା ପାଇପାରୁଛୁ।

ନିକଟରେ ଗୁଗ୍‌ଲ ଦ୍ୱାରା ୨୦୨୩ରେ ଅଧିକ ‘ନିୟର ମି’ ରେ ସର୍ଚ୍ଚ କରାଯାଇଥିବା ଲିଷ୍ଟ ରିଲିଜ ହୋଇଛି। ସୂଚିରେ ମହିଳାମାନେ ଗୁଗ୍‌ଲରେ ଅଧିକ କଣ ସର୍ଚ୍ଚ କରିଛନ୍ତି ତାହା ଜଣାପଡିଛି। ଯୁବତୀ/ମହିଳାମାନେ ‘ନିୟର ମି’ ରେ ଅଧିକ ବ୍ୟୁଟି ପାର୍ଲର ସର୍ଚ୍ଚ କରିଛନ୍ତି। ସେହିପରି କୋଡିଂ କ୍ଲାସ, ରେଷ୍ଟୁରାଣ୍ଟ ମଧ୍ୟ ସର୍ଚ୍ଚ କରିଥିବା ଜଣାପଡିଛି।

Share