ନିକଟରେ, ତଥାପି ଦୂର

ପ୍ରକାଶ ତ୍ରିପାଠୀ

ନିଃସନ୍ଦେହରେ କୁହାଯାଇ ପାରେ ଯେ ବିଗତ କିଛି ଦଶନ୍ଧି ମଧ୍ୟରେ ବିଶ୍ବ ବ୍ୟାପୀ ଅନେକ ସାମାଜିକ ପରିବର୍ତ୍ତନ ଘଟି ସାରିଛି। ବିଜ୍ଞାନ ଓ ଉନ୍ନତ କାରିଗରି କୌଶଳ ସାମାଜିକ ଜୀବନକୁ ବଦଳାଇ ଦେଇଛି। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ଯୋଗାଯୋଗ ଆଦି ପ୍ରତିଟି କ୍ଷେତ୍ରରେ ଅନେକ ପ୍ରଗତି ହେବା ସହ ଜନସାଧାରଣଙ୍କ ଆର୍ଥିକ ସ୍ଥିତିରେ ବହୁସୁଧାର ଆସିଛି। ଗ୍ରାମାଞ୍ଚଳ କୁହ କି ସହରାଞ୍ଚଳ, ସଭିଙ୍କ ହାତରେ ଏବେ ସ୍ମାର୍ଟ ଫୋନ। ସର୍ବତ୍ର ଇଣ୍ଟରନେଟର ପ୍ରାଲବ୍‌ଧ। କେବଳ ସହରାଞ୍ଚଳ ନୁହେଁ, ଗ୍ରାମାଞ୍ଚଳରେ ବି କଚ୍ଚା ଘର କୋଚିତ୍‌ ଦେଖିବାକୁ ମିଳୁଛି। ଆବଶ୍ୟକତାରେ ନୁହେଁ, ମନ ଖୁସି ପାଇଁ ଏବେ ଲୋକେ ମାର୍କେଟିଂ କରୁଛନ୍ତି। ବିଭିନ୍ନ ଦେଶ ଭ୍ରମଣ କରୁଛନ୍ତି ଓ ବିଳାସ ବ୍ୟାସନର ଜୀବନକୁ ଆଦରୁଛନ୍ତି। ମୋଟ ଉପରେ କହିବାକୁ ଗଲେ ଏବେ ମଣିଷର କୌଣସି ପାର୍ଥିବ ବସ୍ତୁରେ ଅଭାବ ନାହିଁ, ମାତ୍ର ଅଭାବ ସ୍ପଷ୍ଟ ପରିଲକ୍ଷିତ ହେଉଛି ଭାବଗତ ସମ୍ପର୍କରେ ଓ ନିବିଡତାରେ।
ଜଣେ ବ୍ୟକ୍ତିଙ୍କ ନିକଟରୁ ଫେସବୁକରେ ବନ୍ଧୁତା ପାଇଁ ଆମନ୍ତ୍ରଣ ପାଇଲି। ଆମନ୍ତ୍ରଣକୁ ସ୍ବୀକାର କରିବା ପୂର୍ବରୁ ବନ୍ଧୁତା ପାଇଁ ଅନୁରୋଧ କରିଥିବା ବ୍ୟକ୍ତିଙ୍କ ବିଷୟରେ ଜାଣିବା ପାଇଁ ଚେଷ୍ଟାକରି ଦେଖେ ତ ତାଙ୍କର ପ୍ରୋଫାଇଲରେ ତାଲା ପଡିଛି। ବନ୍ଧୁ ହେବା ପାଇଁ ଆଗ୍ରହ ଅଛି, ମାତ୍ର ନିଜ ବିଷୟରେ କିଛି ଜଣାଇବା ପାଇଁ ଆଗ୍ରହ ନାହିଁ। ଏପରି ବନ୍ଧୁତାର ଅର୍ଥ କ’ଣ ? ମୋର ଫେସବୁକରେ ଅନେକ ବନ୍ଧୁ ଅଛନ୍ତି; ଯେଉଁମାନେ ପ୍ରତିଦିନ ସକାଳୁ ସକାଳୁ ହାଟ୍ସଆପରେ ଶୁଭ ସକାଳ ବାର୍ତ୍ତା ପଠାନ୍ତି, ଶୁଭେଚ୍ଛା ଜଣାନ୍ତି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିନରେ ଅଭିନନ୍ଦନ ଜଣାନ୍ତି, କିନ୍ତୁ ଦେଖାହେଲେ ଚିହ୍ନି ପାରନ୍ତିନି। ଏହିଭଳି ଜଣେ ବନ୍ଧୁଙ୍କୁ ମୁଁ ନିକଟରେ ମାର୍କେଟରେ ଦେଖିଲି। ନମସ୍କାର ହେଲି। କେମିତି ଅଛନ୍ତି ବୋଲି ପଚାରିଲି। ସେ ମୋତେ ପ୍ରତି ନମସ୍କାର କଲେ। ଭଲ ଅଛନ୍ତି ବୋଲି ଉତ୍ତର ଦେଲେ। ତାଙ୍କ ହାବଭାବରୁ ଜାଣିପାରିଲି ସେ ବୋଧେ ମୋତେ ଚିହ୍ନି ପାରୁନାହାନ୍ତି। ବିନା ସଙ୍କୋଚରେ ପଚାରିଲି- ଆଜ୍ଞା, ମୋତେ ଚିହ୍ନି ପାରୁଛନ୍ତି ତ ? ମୋ ଫେସବୁକ ବନ୍ଧୁ ଅପ୍ରସ୍ତୁତ ହୋଇ କହିଲେ- ନା ଆଜ୍ଞା, ଚିହ୍ନି ପାରୁନାହିଁ। ଟିକେ ପରିଚୟ ଦିଅନ୍ତୁ। ଗୋଟିଏ ସହର ଓ ଗୋଟିଏ କଲୋନୀରେ ଆମେ ଦୁଇ ଫେସବୁକ ବନ୍ଧୁଙ୍କ ସମ୍ପର୍କ ଏହିଭଳି। ବିଜ୍ଞାନ ଓ ଆଧୁନିକ କାରିଗରି କୌଶଳ ବନ୍ଧୁତାର ପରିଭାଷା ବଦଳାଇ ଦେଲାଣି। ଅତି ନିକଟରେ ରହୁଥିଲେ ବି ସମ୍ପର୍କର ଦୂରତାକୁ ବଢ଼ାଇ ସାରିଲାଣି। ଅଭାବ ଅସୁବିଧାରେ ସହଯୋଗର ହାତ ବଢ଼ାଇବା ତ ଦୂରର କଥା, ଦେଖି ଟିକେ ହସି ଦେବାର ସାଧାରଣ ସୌଜନ୍ୟତା ବି ପ୍ରଦର୍ଶନ କରନ୍ତି ନାହିଁ। ମୋର ସମ୍ପର୍କରେ ଥିବା ଅନେକ ବନ୍ଧୁ ଅଛନ୍ତି; ଯେଉଁମାନେ କି ସେମାନଙ୍କ ଘରେ କେବଳ ନିଜର ପତ୍ନୀଙ୍କ ସହ ରହୁଛନ୍ତି। ପରିବାର କହିଲେ କେବଳ ସେହି ଦୁହିଁଙ୍କୁ ହିଁ ବୁଝାଏ। ଅଧିକାଂଶଙ୍କର ଗୋଟିଏ ପୁଅ ବା ଗୋଟିଏ ଝିଅ। ଝିଅ ବାହା ହୋଇ ତା’ ସ୍ବାମୀଙ୍କ ଘରେ ରହୁଥିବା ବେଳେ ପୁଅ ତା’ ନିଜ ପରିବାର ସହ ଦୂର ସ୍ଥାନରେ ଚାକିରି କରି ରୁହନ୍ତି। ମଣିଷ ରହିବାକୁ ଘର ଅନେକ ଅଛି ହେଲେ ରହିବାକୁ ମଣିଷ ନାହାନ୍ତି। ବନ୍ଧୁ ମିଶ୍ରବାବୁଙ୍କଠାରୁ ଶୁଣିଲି ବିଦେଶରେ ରହୁଥିବା ତାଙ୍କର ଏକମାତ୍ର ପୁଅ ତା’ର ପରିବାର ସହ କିଛିଦିନ ପାଇଁ ଘରକୁ ଆସିଛି। ସୌଜନ୍ୟତା ଦୃଷ୍ଟିରୁ ତାଙ୍କ ଘରକୁ ତା’ ପରଦିନ ଗଲି। ଦୁଇ ବର୍ଷ ପରେ ବୋହୂ-ପୁଅ ଓ ଏକ ମାତ୍ର ନାତୁଣୀ ଘରକୁ ଆସିଛନ୍ତି। ମିଶ୍ରବାବୁଙ୍କ ଘର ହସ ଖୁସିରେ ଭରି ଯାଉଥିବ। ନାତୁଣୀ ସହ ମିଶ୍ରବାବୁଙ୍କର ସମୟ କଟିଯାଉଥିବ । ଏହିଭଳି ଭାବି ଭାବି ମିଶ୍ରବାବୁଙ୍କ ଘରେ ପହଞ୍ଚତ୍ଲି। ସେଠି ଯାହା ଦେଖିଲି ତାହା ମୋ କଳ୍ପନା ବାହାରେ ଥିଲା। ଡ୍ରଇଂ ରୁମ୍‌ରେ ମିଶ୍ରବାବୁ ଟିଭି ଦେଖୁଥାନ୍ତି। ତାଙ୍କ ପତ୍ନୀ ଡାଇନିଂ ହଲରେ କିଛି ଗୋଟାଏ ସିଲାଇ କରୁଥାନ୍ତି। ମିଶ୍ରବାବୁଙ୍କ ପୁଅ ଗୋଟିଏ ଘରେ ଲାପଟପ ଧରି ବସି କିଛି କାର୍ଯ୍ୟ କରୁଥିଲେ। ବୋହୂ ଅନୁରୂପ ଭାବେ ଅନ୍ୟ ଏକ ଘରେ ଲାପଟପରେ କାର୍ଯ୍ୟବ୍ୟସ୍ତ। ନାତୁଣୀ ମୋବାଇଲ ଗେମ୍‌ରେ ନିମଗ୍ନ। ସମସ୍ତେ ସମସ୍ତଙ୍କର ଦୁନିଆରେ ବ୍ୟସ୍ତ। ସଭିଏଁ ଏକାଠି ଥିଲେ ବି ଲାଗୁଥିଲା ସତେ ଯେମିତି ପରସ୍ପରଠାରୁ ଯୋଜନ ଯୋଜନ ଦୂରରେ। ଏତେବଡ଼ ଘରଟାରେ ସମ୍ପୂର୍ଣ୍ଣ ନୀରବତା ରାଜୁତି କରୁଥାଏ। ସମୟ ମଧ୍ୟାହ୍ନ ବାରଟା ହେବ। ପଚାରିଲି, କ’ଣ ଖାଇବା ପିଇବା ସରିଲାଣି। ମିଶ୍ରବାବୁ ଉତ୍ତର ଦେଲେ, ନା ନା ଖାଇନୁ। ଏବେ ଆଉ ଘରେ ରୋଷେଇ ହେଉନାହିଁ। ପିଲାମାନେ ଆସିବା ପରଠାରୁ ଅନ୍‌ଲାଇନରେ ଜମାଟୋ ନତୁବା ସୁଇଗି ମାଧ୍ୟମରେ ଖାଇବା ଘରକୁ ଆସୁଛି। ଅର୍ଡର ଦିଆ ଯାଇଛି। ମା’ ହାତ ପ୍ରସ୍ତୁତ ଭାତ ତରକାରି, ନାନାଦି ପିଠାପଣା ଆଉ ପିଲାମାନଙ୍କୁ ଆକର୍ଷିତ କରୁନାହିଁ। ସେ ସ୍ଥାନ ନେଇଛି ପିଜା, ବର୍ଗର ଓ ମୋମୋ ଭଳି ବିଦେଶୀ ଖାଦ୍ୟ। କଥାରେ ଅଛି- ଯେଭଳି ଅନ୍ନ, ସେଭଳି ମନ। ଏଭଳି ସ୍ଥଳେ ପାରିବାରିକ ସ୍ନେହ ଶ୍ରଦ୍ଧା ମନରେ ସୃଷ୍ଟିହେବ କେମିତି ?
ପିଲାବେଳ କଥା ମନେପଡ଼େ। ଯୌଥ ପରିବାର ଥିଲା। ବୋଉ-ବାପା, ଖୁଡ଼ୀ-ଦାଦା, ଜେଜେମା’-ଜେଜେବାପା ଓ ଅନେକ ଭଉଣୀ ଭାଇ ଏକାଠି ରହୁଥିଲୁ । ଛୋଟ ଘରେ ଅନେକ ଲୋକ। ଯେଉଁଠି ପଢୁଥିଲୁ, ସେଇଠି ଖାଉଥିଲୁ ଓ ସେଇଠି ଶୋଉଥିଲୁ। ଭୋକ ହେବା ପୂର୍ବରୁ ମନ ଜାଣି ବୋଉ ଖାଇବାକୁ ବାଢ଼ି ଦେଉଥିଲା, ତା’ ହାତ ତିଆରି ପ୍ରତ୍ୟେକଟି ଖାଦ୍ୟ ଅମୃତ ଭଳି ଲାଗୁଥିଲା। ସମସ୍ତେ ଏକ ସଙ୍ଗେ ବସି ଖାଉଥିଲୁ। ସେଇଥିପାଇଁ ବୋଧେ ଆମମାନଙ୍କ ମଧ୍ୟରେ ଆତ୍ମୀୟତା ଅଧିକ ଥିଲା । କମ୍‌ ଘରେ ଅଧିକ ଲୋକ ରହୁଥିଲୁ, କିନ୍ତୁ ଆମ ମଧ୍ୟରେ ସମ୍ପର୍କ ଦୃଢ଼ ଥିଲା। ହେଲେ ଆଜି ଘର ଅଧିକ, କିନ୍ତୁ ଲୋକ କମ୍‌। ଯେତିକି ବା ଲୋକ ଅଛନ୍ତି, ସେମାନଙ୍କ ମଧ୍ୟରେ ସମ୍ପର୍କ ବି ଦୁର୍ବଳ।
ଆଧୁନିକ ଜ୍ଞାନକୌଶଳ ଯୋଗୁ ଏବେ ସମଗ୍ର ବିଶ୍ୱ ଏକ ଛୋଟିଆ ଅଞ୍ଚଳ ଭାବେ ପରିଗଣିତ ହେଉଛି। ନିମିଷକ ମଧ୍ୟରେ ବାର୍ତ୍ତାଟିଏ କୋଟି କୋଟି ଲୋକଙ୍କ ପାଖେ ପହଞ୍ଚିଯାଉଛି। ପୃଥିବୀ ବାହାରେ ଆଧୁନିକ ମଣିଷ ଜୀବସତ୍ତା ଖୋଜୁଛି, ହେଲେ ନିଜ ପଡ଼ୋଶୀ ଘରେ କିଏ ରହୁଛି ତାହା ଜାଣିବା କଷ୍ଟକର ହୋଇପଡୁଛି। ରାଜରାସ୍ତାରେ ନିମିଷକ ମଧ୍ୟରେ ଅନେକ ଗାଡ଼ି ମୋଟରରେ ଶହ ଶହ ଲୋକ ଯା’ ଆସ କରୁଛନ୍ତି, ହେଲେ କାହାର ଦୁର୍ଘଟଣାଟିଏ ଘଟିଲେ ମୁହୂର୍ତ୍ତଟିଏ ରହି ସହାୟତାର ହାତ ବଢ଼ାଇବାକୁ ମଣିଷ ପଛଘୁଞ୍ଚା ଦେଉଛି। ମଣିଷ ଜୀବନ ଏବେ ଯନ୍ତ୍ର ଜୀବନ ହୋଇଗଲାଣି। ନା ସେଥିରେ ରହିଛି ସମ୍ବେଦନଶୀଳତା ନା ରହିଛି ମଣିଷ ପଣିଆ। ଦୁଇଜଣ ମଣିଷଙ୍କ ମଧ୍ୟରେ ଭାବଗତ ସମ୍ପର୍କ ଗଢିଉଠେ ଯେତେବେଳେ ଉଭୟ ଉଭୟଙ୍କୁ ସଶରୀରେ ଦେଖନ୍ତି ଓ ପରେ ତାହା ଦୃଢ଼ ଓ ମଜଭୁତ ହୁଏ ଉଭୟଙ୍କ ମଧ୍ୟରେ ବାରମ୍ବାର ମିଳାମିଶାରେ। ଏବେ କିନ୍ତୁ ସମ୍ପର୍କ ସୃଷ୍ଟି ଓ ଆଗକୁ ବଢୁଛି ଇଣ୍ଟରନେଟରେ। ନା ଏଥିରେ ଆଛି ଆବେଗ ନା ସମ୍ବେଦନ। ମୋବାଇଲ ଫୋନ୍‌ର ସ୍କ୍ରିନ ଅବା କମ୍ପ୍ୟୁଟର ମନିଟର, ଏହା ହିଁ ମାଧ୍ୟମ ପାଲଟିଛି ସମ୍ପର୍କ ଗଢ଼ିବାରେ।
ମଣିଷ ମଣିଷ ସହ ସମ୍ପର୍କ ଯୋଡ଼ିବା ପୂର୍ବରୁ ପରଖୁଛି ନିଜର ପଦ ପଦବୀ, ପ୍ରତିପତ୍ତି ଓ ସାମାଜିକ ସ୍ଥିତି। ନିଜର ଅହଂଭାବ ପାଇଁ ଦୂରେଇଯାଉଛି ମଣିଷଠାରୁ। ମଣିଷ ଅପେକ୍ଷା ଯନ୍ତ୍ର ସହ ଅଧିକ ସମ୍ପର୍କ ଯୋଡୁଛି ମଣିଷ। ଅନ୍‌ଲାଇନରେ ଜୀବନକୁ ଗତିଶୀଳ କରୁଛି। ଜନ୍ମଦିନ, ବିବାହ-ବ୍ରତ ଉତ୍ସବରେ ଆଶୀର୍ବାଦ ଓ କଲ୍ୟାଣ ବି ଆଦାନ ପ୍ରଦାନ ହେଉଛି ଅନ୍‌ଲାଇନରେ। ମଣିଷଠାରୁ ମଣିଷକୁ ଦୂରେଇଦେବାରେ ଏବେ ମୁଖ୍ୟ ଭୂମିକା ନିର୍ବାହ କରୁଛି ଏହି ଅନ୍‌-ଲାଇନ। ଥରେ ଜଣେ ଶ୍ରଦ୍ଧାଳୁ ଗୁରୁଙ୍କ ନିକଟରେ ନିଜର ଦୁଃଖ ବଖାଣୁ ଥିଲେ- ଗୁରୁଜୀ, ମୁଁ ଜଣେ ଗରିବ ଲୋକ। ଅର୍ଥାଭାବରୁ କୌଣସି ତୀର୍ଥସ୍ଥାନ ଯାଇପାରୁନି। ଈଶ୍ୱରଙ୍କ ଦର୍ଶନ ପ୍ରାପ୍ତିରୁ ବଞ୍ଚିତ ହୋଇଯାଉଛି। ଗୁରୁ ସ୍ମିତ ହସି ସେହି ଶ୍ରଦ୍ଧାଳୁଙ୍କୁ କହିଲେ- ଈଶ୍ବର ତ ତୁମ ପାଖେ ପାଖେ ଅଛନ୍ତି। କେବଳ ଯାହା ତୁମେ ତାଙ୍କୁ ଚିହ୍ନିପାରୁନ। ନିକଟରେ ଥିଲେ ବି ଦୂରରେ ଥିବା ଭଳି ଅନୁଭବ ହେଉଛି।
ମୋ-୯୪୩୭୨୩୨୪୬୩
prakas.tripathy09@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆଧୁନିକ ମଣିଷ ଓ ଗୃହସ୍ଥାଶ୍ରମ

ପ୍ରତ୍ୟେକ ବ୍ୟକ୍ତିକୁ ଜୀବନରେ ୪ଟି ଆଶ୍ରମର ଅନୁପାଳନ କରିବାକୁ ହୁଏ। ସେଗୁଡିକ ହେଲା ବ୍ରହ୍ମଚର୍ଯ୍ୟାଶ୍ରମ, ଗୃହସ୍ଥାଶ୍ରମ, ବାନପ୍ରସ୍ଥାଶ୍ରମ ଓ ସନ୍ନ୍ୟାସାଶ୍ରମ। ବ୍ରହ୍ମଚର୍ଯ୍ୟାଶ୍ରମରେ ଗୁରୁକୁଳରେ ଶୈଶବୋତ୍ତର ତାରୁଣ୍ୟକୁ...

ଏସିଡ୍‌ ଆଟାକ୍‌ ଓ ଆଇନ ବ୍ୟବସ୍ଥା

ଆଜିକାଲି ମହିଳାମାନେ ଘର ଚଳାଇବାଠାରୁ ଆରମ୍ଭ କରି ଚନ୍ଦ୍ରକୁ ଯିବା ଭଳି କାର୍ଯ୍ୟ କଲେଣି। ହେଲେ ସେମାନଙ୍କୁ କଷ୍ଟ ବା ନିର୍ଯାତନା ଦେବା ବନ୍ଦ ହୋଇନି।...

ତାଲିବାନ୍‌ର ଲିଙ୍ଗଗତ ଭେଦଭାବ

ଆଫଗାନିସ୍ତାନର ତାଲିବାନ୍‌ ନେତାମାନଙ୍କର ବିଶ୍ୱାସ ଯେ କେବଳ ଇସ୍‌ଲାମ୍‌ର ମତ ହିଁ ବୈଧ। ସେଥିପାଇଁ ସେମାନେ ବିଭିନ୍ନ ଆଦେଶ ଜାରି କରି ଚାଲିଛନ୍ତି ଯାହା ଦେଶର...

ସାଧୁ ସାବଧାନ

ର୍ବାଚନ ପୂର୍ବରୁ ଓ ନିର୍ବାଚନ ପରେ ନେତାମାନଙ୍କର ଲୋକଙ୍କ ପ୍ରତି ବ୍ୟବହାର ଭିତରେ ଏତେ ଫରକ ହେବ ବୋଲି ଆଗରୁ ସାଧାରଣ ଲୋକେ ଭାବିପାରୁ ନ...

ପ୍ରାଣବର୍ଷା

ଗୀତାରେ ଭଗବାନ କୃଷ୍ଣ କହନ୍ତି, ‘ଯଜ୍ଞାଦ ଭବତି ପର୍ଜନ୍ୟଃ’ ଅର୍ଥାତ୍‌ ଯଜ୍ଞ ଦ୍ୱାରା ପର୍ଜନ୍ୟ ବର୍ଷା ହୁଏ। ଲୋକେ ବର୍ଷାର ଅର୍ଥ ପାଣିବର୍ଷାକୁ ବୁଝନ୍ତି, ଏହା...

ହିନ୍ଦୁଙ୍କ ସାଦା ଖାଦ୍ୟ

ଓଡ଼ିଶାରେ ଯଦି ଆପଣ ଶାକାହାର ଖାଦ୍ୟ ଖାଇବାକୁ ଚାହାନ୍ତି, ତେବେ ‘ସାଦା’ ଖାଦ୍ୟ ମାଗିବାକୁ ପଡ଼େ। ଯେତେବେଳେ ବୌଦ୍ଧଧର୍ମ ଏବଂ ଜୈନଧର୍ମ ଓଡ଼ିଶାର ପ୍ରମୁଖ ଧର୍ମ...

ଏଇ ଭାରତରେ

ଭାରତରେ ଏବେ ଅନେକ ସହରରେ ବାୟୁ ପ୍ରଦୂଷଣ ଅସହ୍ୟ ହୋଇପଡ଼ିଛି। ବିଶେଷକରି ଦିଲ୍ଲୀରେ ବାହାରକୁ ବାହାରିବା ବିପଜ୍ଜନକ ହୋଇଯାଇଛି। ସ୍କୁଲ ବନ୍ଦ କରିବାକୁ ପଡ଼ୁଛି। ଏବେ...

ବ୍ୟାଙ୍କିଙ୍ଗ୍‌ରେ ସାଇବର ସୁରକ୍ଷା

ବର୍ତ୍ତମାନ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସାଇବର ସୁରକ୍ଷାର ଆବଶ୍ୟକତା ବହୁତ ବେଶି। କାରଣ ଲୋକମାନେ ସମୟ ଅଭାବରୁ ଅନ୍‌ଲାଇନ ମାଧ୍ୟମରେ ବ୍ୟାଙ୍କ କାରବାର କରୁଛନ୍ତି। ଆଉ ସାଇବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri