Posted inଜାତୀୟ

ଅଙ୍ଗନୱାଡି ଚାକିରି କରାଇଦେବା ବାହାନାରେ ୨୦ ମହିଳାଙ୍କୁ ଗଣବଳାତ୍କାର

ଯୋଧପୁର,୧୧।୨: ଅଙ୍ଗନୱାଡି ଚାକିରି କରାଇଦେବାକୁ କହି ୨୦ ମହିଳାଙ୍କୁ ଗଣବଳାତ୍କାର ଅଭିଯୋଗ। ରାଜସ୍ଥାନର ସିରୋହି ମ୍ୟୁନିସିପାଲିଟି ପରିଷଦର ଅଧ୍ୟକ୍ଷ ମହେନ୍ଦ୍ର ମେଭଡା ଏବଂ ପୂର୍ବତନ ପୌର ପରିଷଦ କମିଶନର ମହେନ୍ଦ୍ର ଚୌଧୁରୀଙ୍କ ବିରୋଧରେ ଏଭଳି ଗଣବଳାତ୍କାର ମାମଲା ଦାୟର କରାଯାଇଛି।

ପାଲି ଜିଲାର ଜଣେ ମହିଳା ପୋଲିସ ନିକଟରେ ଅଭିଯୋଗ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। କିପରି ସେମାନେ ଚାକିରି କରାଇଦେବାର ଲୋଭ ଦେଖାଇ ପ୍ରାୟ ୨୦ ମହିଳାଙ୍କୁ ଗଣବଳାତ୍କାର କରିଛନ୍ତି।

ମହିଳା ଜଣକ ଏହା ମଧ୍ୟ ଦାବି କରିଛନ୍ତି ଯେ ଅଭିଯୁକ୍ତ ଶାରୀରିକ ସମ୍ପର୍କ ରଖିବା ସମୟରେ ଭିଡିଓ ସୁଟିଂ କରିଥିଲେ, ପରେ ସୋସିଆଲ ମିଡିଆରେ ଏହି ଫୁଟେଜ ସେୟାର କରିବାକୁ ଧମକ ଦେଇଥିଲେ ଏବଂ ପୀଡିତାଙ୍କୁ ପାଞ୍ଚ ଲକ୍ଷ ଟଙ୍କା ମାଗି ବ୍ଲାକମେଲ କରିଥିଲେ।

ଅଭିଯୋଗକାରୀଙ୍କ ଅନୁଯାୟୀ, ସେ ଅନ୍ୟ ମହିଳାଙ୍କ ସହ ଅଙ୍ଗନୱାଡିରେ କାମ କରିବାକୁ କିଛି ମାସ ପୂର୍ବରୁ ସିରୋହି ଯାତ୍ରା କରିଥିଲେ। ଏହି ସମୟରେ ସେମାନେ ଅଭିଯୁକ୍ତଙ୍କୁ ଭେଟିଥିଲେ, ଯିଏ ସେମାନଙ୍କୁ ରହିବା ଏବଂ ଖାଇବା ଯୋଗାଇ ଦେଇଥିଲେ।

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ଦିଆଯାଉଥିବା ଖାଦ୍ୟରେ ସେଡିଟିଭ୍ ରହିଥିଲା, ଯାହା ଖାଇବା ପରେ ସେମାନେ ଗଣବଳାତ୍କାର ଶିକାର ହୋଇଥିଲେ। ତେବେ ଚେତନା ଫେରି ପାଇବା ପରେ ସେମାନେ ଅଭିଯୁକ୍ତଙ୍କ ସହ ମୁହାଁମୁହିଁ ହୋଇଥିଲେ, ଯେଉଁମାନେ ନିଜ ଉଦ୍ଦେଶ୍ୟରେ ସେମାନଙ୍କୁ ପ୍ରତାରଣା କରିଥିବା ସ୍ୱୀକାର କରିଥିଲେ। ଅଭିଯୁକ୍ତମାନେ ମହିଳାମାନଙ୍କୁ ସେମାନଙ୍କ ଦାବି ଆଧାରରେ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି।

ତେବେ ଏହି ଘଟଣାରେ ଡିସିପି ପାରାସ୍ ଚୌଧୁରୀ କହିଛନ୍ତି ଯେ ମହିଳାମାନେ ପୂର୍ବରୁ ମିଥ୍ୟା ଅଭିଯୋଗ କରିଥିଲେ। ତେବେ ରାଜସ୍ଥାନ ହାଇକୋର୍ଟ ବର୍ତ୍ତମାନ ଆଠ ଜଣ ମହିଳାଙ୍କ ଆବେଦନ ପରେ ଏକ ମାମଲା ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri