Categories: ଜାତୀୟ

ଔଷଧ ଯୋଗୁ ଦୂଷିତ ହେଉଛି ବିଶ୍ୱର ଅଧା ନଦୀ

ନୂଆଦିଲ୍ଲୀ,୨୬ ।୬: ବିଶ୍ୱର ପାଖାପାଖି ଅଧାରୁ ଅଧିକ ନଦୀ ଔଷଧ ଯୋଗୁ ପ୍ରଦୂଷିତ ହୋଇଥିବା ଜଣାପଡିଛି । ଏହି ପ୍ରଦୂଷଣ ଏବେ ବିଶ୍ୱକୁ ଡରାଇବାକୁ ଲାଗିଲାଣି । କାରଣ ଏହି ପ୍ରଦୂଷଣ ପରୋକ୍ଷ ଭାବେ ଲୋକଙ୍କ ଜୀବନକୁ ପ୍ରଭାବିତ କରୁଛି ।
‘ଜର୍ନଲ ଏନଭାରମେଣ୍ଟାଲ ଟକ୍ସିକୋଲୋଜି ଆଣ୍ଡ କେମିକାଲ’ରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, ନଦୀ ଜଳର ୪୩.୫ ପ୍ରତିଶତ ଔଷଧ କାରଣରୁ ଦୂଷିତ ହୋଇ ସାରିଲାଣି । ବ୍ରିଟେନର ୟୁନିଭର୍ସିିଟି ଅଫ ୟୋର୍କର ମୁଖ୍ୟ ଅଲେଜାଂଦ୍ରା ବୁଜସ-ମୋନରୟଙ୍କ ନେତୃତ୍ୱରେ କରାଯାଇଥିବା ଅଧ୍ୟୟନରେ ବିଶେଷଜ୍ଞମାନେ ୧୦୪ ଦେଶର ୧.୦୫୨ ନମୁନାକୁ ନେଇ ଗବେଷଣା କରିଥିଲେ । ଏଥିରେ ସୁରକ୍ଷିତ ସ୍ତର ଅପେକ୍ଷା ଅଧିକ ସ୍ତରରେ ଭିନ୍ନ ଭିନ୍ନ ୨୩ ପ୍ରକାରର ଔଷଧର ମିଶ୍ରଣ ମିଳିଥିଲା । ଭାରତର ଯମୁନା ଓ କୃଷ୍ଣା ନଦୀ ମଧ୍ୟ ଔଷଧ ଯୋଗୁ ଅଧିକ ପ୍ରଦୂଷିତ ବୋଲି ଜଣାପଡିଛି ।
ତେବେ ଅଧ୍ୟୟନରୁ ଜଣାପଡିଛି କି ନଦୀରେ ବହୁ ପରିମାଣରେ ଅବଦାଦ ଗ୍ରସ୍ତ ପାଇଁ ବ୍ୟବହାର କରାଯାଉଥିବା ଔଷଧ, ଆଲର୍ଜି, ମାଂସେପେଶୀ ଜନିତ ସମସ୍ୟା, ପେନ କିଲର ଓ ଶକ୍ତି ବୃଦ୍ଧି କରୁଥିବା ଔଷଧର ଅଂଶ ମିଳିଛି । ଏହା ପାଣିକୁ ଅଧିକ ପ୍ରଦୂଷିତ କରୁଛି ।

Share