Categories: ଜାତୀୟ

ଏଣିକି ଅଭିଯୁକ୍ତ ଗିରଫ ହେଲେ ତୁରନ୍ତ ପରିବାରକୁ ଦିଆଯିବ ସୂଚନା, ୨୦୨୭ ସୁଦ୍ଧା ଅନଲାଇନ ହେବ ସବୁ କୋର୍ଟ

ନୂଆଦିଲ୍ଲୀ,୧୨।୮: ଗୃହମନ୍ତ୍ରୀ ଅମିତ ଶାହା ଲୋକସଭାରେ ତିନୋଟି ବିଲ ଆଗତ କରିବାବେଳେ ଏହା ଭାରତୀୟ ଅପରାଧିକ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି କହିଛନ୍ତି। ଅଭିଯୋଗକାରୀ ଶୀଘ୍ର ନ୍ୟାୟ ପାଇବା, ଲୋକମାନଙ୍କର ସମସାମୟିକ ଆବଶ୍ୟକତା ଏବଂ ଆକାଂକ୍ଷା ସହିତ ଆଇନ ବ୍ୟବସ୍ଥାକୁ ଅଧିକ ସୁଦୃଢ ଼ କରିବା ପାଇଁ ଏହି ପରିବର୍ତ୍ତନ କରାଯାଇଛି ବୋଲି ସେ କହିଛନ୍ତି। ୨୦୨୭ ସୁଦ୍ଧା ସବୁ କୋର୍ଟକୁ ଅନଲାଇନରେ କରାଯିବ। ଦେଶର କୌଣସି କୋଣରେ ବି ଅପରାଧ ହେଲେ ସେଠାରେ ହିଁ ଏଫଆଇଆର ଦାଖଲ ହୋଇପାରିବ। ଅପରାଧୀକୁ ଗିରଫ କରାଗଲେ ତୁରନ୍ତ ତାଙ୍କ ପରିବାରକୁ ସୂଚନା ଦିଆଯିବାର ବ୍ୟବସ୍ଥା ହେବ। ଇ-ଏଫଆଇଆର ଉପରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ଶାହା କହିଛନ୍ତି।

Share