Categories: ବାଣିଜ୍ୟ

ମାଲାବାରରେ ନେକ୍‌ଲେସ୍‌ ମେଳା

ଭୁବନେଶ୍ୱର,୨୦।୪: ଅନ୍ତଃରାଷ୍ଟ୍ରୀୟ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ଭୁବନେଶ୍ୱରସ୍ଥିତ ଶହୀଦନଗର ଏକ୍ସକ୍ଲୁସିଭ ଷ୍ଟୋର ପରିସରରେ ଏକ ୮ ଦିନିଆ ନେକ୍‌ଲେସ ମେଳାର ଶୁଭାରମ୍ଭ କରାଯାଇଛି। ମାଲାବାର ଗ୍ରୁପ୍‌ର ବରିଷ୍ଠ ଅଧିକାରୀ ତଥା ଷ୍ଟୋର କର୍ମଚାରୀ ଓ ଗ୍ରାହକଙ୍କ ଉପସ୍ଥିତିରେ ଉକ୍ତ ମେଳାର ଆନୁଷ୍ଠାନିକ ଅନାବରଣ କରାଯାଇଥିଲା। ଏହି ମେଳା ଚଳିତ ମାସ ୨୬ ତାରିଖ ପର୍ଯ୍ୟନ୍ତ ବ୍ରାଣ୍ଡ୍‌ର ଶହୀନଗର ଷ୍ଟୋରରେ ଜାରି ରହିବ। ଏହି ପରିପ୍ରେକ୍ଷୀରେ ବ୍ରାଣ୍ଡ୍‌ ଆକର୍ଷଣୀୟ ଅକ୍ଷୟ ତୃତୀୟା ଅଫର ସମ୍ପର୍କରେ ମଧ୍ୟରେ ଘୋଷଣା କରିଛି। ବିଶେଷ କରି ବ୍ରାଣ୍ଡ୍‌ର ୩୦ ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ୩୦,୦୦୦ ଟଙ୍କାର ପ୍ରତି କ୍ରୟ ଉପରେ ଆକର୍ଷଣୀୟ ଉପହାର କିମ୍ବା ୧୦୦ ମି.ଗ୍ରା.ର ସ୍ବର୍ଣ୍ଣମୁଦ୍ରା ପ୍ରଦାନ କରୁଛି। ସେହିଭଳି ହୀରା, ଜେମ୍‌ଷ୍ଟୋନ ଏବଂ ପୋଲିକି ଡିଜାଇନର ମୂଲ୍ୟ ଉପରେ ମଧ୍ୟ ଉପହାର ଅଥବା ୨୫୦ ମି.ଗ୍ରା.ର ସ୍ବର୍ଣ୍ଣମୁଦ୍ରା ଗ୍ରାହକଙ୍କୁ ଦିଆଯାଉଛି। ଏହି ଅଫର ୨୦୨୩ ଏପ୍ରିଲ ୩୦ ପର୍ଯ୍ୟନ୍ତ ଉପଲବ୍ଧ ରହିଛି। ଅପରପକ୍ଷରେ ନେକ୍‌ଲେସ ମେଳା ଜରିଆରେ ବ୍ରାଣ୍ଡ୍‌ର ପ୍ରମୁଖ କଲେକ୍ସନ ମାଇନ ହୀର ଅଳଙ୍କାର ସମେତ ଏରା – ଅନକଟ ହୀରା ଅଳଙ୍କାର ଓ ପ୍ରେସିଆ ଭଳି ମୂଲ୍ୟବାନ୍‌ ଜେମ୍‌ଷ୍ଟୋନ ଜୁଏଲେରି ସାମିଲ ରହିଛି। ସେହିପରି ଲଥିନିକ୍ସ- ହାଣ୍ଡିକ୍ରାଫ୍ଟ ଜୁଏଲେରି, ଡିଭାଇନ- ଇଣ୍ଡିଆନ ହେରିଟେଜ୍‌ ଜୁଏଲେରି ଏବଂ ଷ୍ଟାର୍‌ଲେଟ – କିଡ୍‌ସ ଜୁଏଲେରି ଅନ୍ତର୍ଭକ୍ତ ରହିଛି।

Share