‘ଯୁଦ୍ଧରେ ଆଗକୁ ବଢ଼ିବାକୁ ହେଲେ ଉନ୍ନତମାନର ଅସ୍ତ୍ରଶସ୍ତ୍ର ଦରକାର’

କିଭ୍‌,୨୧ା୧: ଦୀର୍ଘ ୧୧ ମାସ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ଏଭଳି ପରିସ୍ଥିତିରେ ରୁଷିଆ ବିରୋଧରେ ଯୁଦ୍ଧ କରିବାକୁ ହେଲେ ୟୁକ୍ରେନକୁ ଉନ୍ନତ ମାନର ଅସ୍ତ୍ରଶସ୍ତ୍ର ଦରକାର। ପାଶ୍ଚାତ୍ୟ ଦେଶଗୁଡ଼ିକ ଦୀର୍ଘଦିନ ଧରି କିଭ୍‌କୁ ଟ୍ୟାଙ୍କ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହା ସତ୍ତ୍ୱେ ଏପର୍ଯ୍ୟନ୍ତ ଟ୍ୟାଙ୍କ ଯୋଗାଇ ଦିଆଯାଇନାହିଁ। ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କର ଜଣେ ବରିଷ୍ଠ ପରାମର୍ଶଦାତା ତାଙ୍କ ସହଯୋଗୀମାନଙ୍କୁ ସାମରିକ ସହାୟତା ବୃଦ୍ଧି ଉପରେ ଶୀଘ୍ର ବିଚାର କରିବାକୁ ଅନୁରୋଧ କରିଛନ୍ତି।

ଏକ ବଡ଼ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଆମେରିକା ୟୁକ୍ରେନକୁ ପରାମର୍ଶ ଦେଇଛି। ଆମେରିକାର ଅଧିକାରୀ କହିଛନ୍ତି, ଯେପର୍ଯ୍ୟନ୍ତ କିଭ୍‌କୁ ଉନ୍ନତ ଅସ୍ତ୍ରଶସ୍ତ୍ର ଯୋଗାଣ ଏବଂ ସୈନିକମାନଙ୍କର ତାଲିମ ନ ମିଳିଛି ସେପର୍ଯ୍ୟନ୍ତ, ରୁଷିଆ ସେନା ବିରୋଧରେ ଏକ ବଡ଼ ଆକ୍ରମଣକୁ ସ୍ଥଗିତ ରଖାଯିବା ଉଚିତ।

Share