ମୁମ୍ବାଇ,୨୬।୩: ସେଲିବ୍ରିଟି ମ୍ୟାନେଜର ଦିଶା ସାଲିଆନ ମୃତ୍ୟୁ ମାମଲାରେ ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେଙ୍କ ସହ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ଅଭିନେତା ଡିନୋ ମୋରିଆ ଏବଂ ସୁରଜ ପଞ୍ଚୋଲିଙ୍କ ନଁାରେ ମାମଲା ରୁଜୁହୋଇଛି। ଦିଶାଙ୍କ ବାପାଙ୍କ ଓକିଲ ନୀଲେଶ ଓଝା ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ନୀଲେଶ କହିଛନ୍ତି, ଦିଶାଙ୍କ ପରିବାର ପକ୍ଷରୁ ମୁମ୍ବାଇ କମିଶନରେଟ ପୋଲିସ ଅଫିସରେ ଏକ ଲିଖିତ ଅଭିଯୋଗ ଦାଖଲ କରାଯାଇଛି। ପୋଲିସ ଉକ୍ତ ଅଭିଯୋଗକୁ ନେଇ ଆଦିତ୍ୟ ଠାକରେଙ୍କ ସହ ଡିନୋ ମୋରିଆ, ସୁରଜ ପଞ୍ଚୋଲି ଓ ତାଙ୍କ ସୁରକ୍ଷା କର୍ମୀ, ରିୟା ଚକ୍ରବର୍ତ୍ତୀ ପ୍ରମୁଖଙ୍କ ବିରୋଧରେ ମାମଲା ରୁଜୁ କରିଛି। ପ୍ରକାଶ ଯେ, ଦିଶା ଅଭିନେତା ସୁଶାନ୍ତ ସିଂ ରାଜ୍ପୁତଙ୍କର ପୂର୍ବତନ ମ୍ୟାନେଜର ଥିଲେ ଏବଂ ୨୦୨୦ ଜୁନ୍ରେ ମୁମ୍ବାଇର ମାଲ୍ଦାସ୍ଥିତ ଏକ ଆବାସିକ ବିଲ୍ଡିର ୧୪ତମ ମହଲାରୁ ପଡ଼ି ତାଙ୍କର ମୃତ୍ୟୁ ଘଟିଥିଲା।