ଇର୍‌ଫାନଙ୍କୁ ମନେ ପକାଇ ଭାବୁକ ହେଲେ ନୀଲ ନୀତିନ୍‌ ମୁକେଶ

ମୁମ୍ବାଇ: ବଲିଉଡ୍‌ରେ ପ୍ରତିବର୍ଷ ଫିଲ୍ମ ରିଲିଜ୍‌ ହୋଇଥାଏ। ଏହି ଫିଲ୍ମଗୁଡ଼ିକ ମଧ୍ୟରୁ କିଛି ଫିଲ୍ମ ଏଥିରେ ଅଭିନୟ କରିଥିବା ଷ୍ଟାର୍‌ମାନଙ୍କ ପାଇଁ ସ୍ବତନ୍ତ୍ର ହୋଇଥାଏ। କାରଣ ଷ୍ଟାରମାନେ ସବୁବେଳେ କିଛି ନା କିଛି ଭିନ୍ନ ଧରଣର ଫିଲ୍ମ କରିବାକୁ ପସନ୍ଦ କରିଥାନ୍ତି। ଯାହା ଦର୍ଶକଙ୍କ ହୃଦୟରେ ସବୁଦିନ ପାଇଁ ରହିବ। ସେହିଭଳି ଅଭିନେତା ନୀଲ ନିତିନ୍‌ ମୁକେଶ ମଧ୍ୟ ତାଙ୍କ ଫିଲ୍ମ ‘ନ୍ୟୁୟର୍କ’କୁ ୧୧ ବର୍ଷ ପୂରିଥିବା ସୋସିଆଲ ମିଡିଆ ଜରିଆରେ ପ୍ରଶଂସକମାନଙ୍କୁ ଜଣାଇଛନ୍ତି। ସେ ଏକ ଫଟୋ ଶେୟାର କରିବା ସହ ଅଭିନେତା ଇର୍‌ଫାନ ଖାନ୍‌ଙ୍କୁ ମଧ୍ୟ ମନେ ପକାଇଛନ୍ତି।
୨୦୦୯ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମଟି ନୀଲ ନିତିନ୍‌ ମୁକେଶଙ୍କ ହୃଦୟକୁ ଛୁଇଁଥିବା ଫିଲ୍ମ। ସେ ଇନ୍‌ଷ୍ଟାଗ୍ରାମରେ ଫିଲ୍ମର ପୋଷ୍ଟର ଶେୟାର କରି ଏହି ଦିନଗୁଡ଼ିକୁ ମନେ ପକାଇଛନ୍ତି। ଆହୁରି ମଧ୍ୟ ଏକ ଲମ୍ବା ପୋଷ୍ଟ ମାଧ୍ୟମରେ, ମୁଁଁ ଫିଲ୍ମ ସହିତ ଜଡ଼ିତ ସୁନ୍ଦର ମୁହୂର୍ତ୍ତଗୁଡ଼ିକୁ ମନେ ରଖିଛି ବୋଲି ଲେଖିଛନ୍ତି।
ନୀଲ୍‌ ଲେଖିଛନ୍ତି, ଏହା ଏମିତି ଏକ ଫିଲ୍ମ, ଯାହାକୁ ନେଇ ମୁଁ ଗର୍ବିତ। ‘ନ୍ୟୁୟର୍କ’ ଇତିମଧ୍ୟରେ ୧୧ ବର୍ଷ ପୂରଣ କରିଛି। ‘ନ୍ୟୁୟର୍କ’ର ସେଟ୍‌ଗୁଡ଼ିକରେ ମୁଁ ସବୁଠାରୁ ଅଧିକ ମଜା କରିଥିଲି। ଏହି ସମୟ ବହୁତ ଭଲ ଥିଲା। କବୀର ଖାନ୍‌ ଆମକୁ ଏକ ପରିବାର ପରି ରଖିଥିଲେ। ମୁଁ ଜନ୍‌ ଏବଂ କ୍ୟାଟ୍ରିନାଙ୍କ ପରି ବନ୍ଧୁଙ୍କ ସହ ମିଶିବାର ସୁଯୋଗ ପାଇଥିଲି। ସେହିପରି ଇର୍‌ଫାନ୍‌ ଖାନ୍‌ଙ୍କ ପରି କିମ୍ବଦନ୍ତୀ ଅଭିନେତାଙ୍କ ସହ କାମ କରିବାର ସୁଯୋଗ ପାଇଥିଲି। ଆହୁରି ମଧ୍ୟ ସେ ଲେଖିଛନ୍ତି, ‘ୟଶରାଜ’ ବ୍ୟାନରରେ ଏହା ମୋର ପ୍ରଥମ ଫିଲ୍ମ ଥିଲା। ମୁଁ ତୁମ ସମସ୍ତଙ୍କୁ ବହୁତ ଭଲପାଏ। ଫିଲ୍ମର ଗୀତ ମୋତେ ଆନମନା କରିଦେଉଛି। ‘ଟ୍ୟୁନ୍‌ ଯୋ ନା କେହନା’ ସବୁବେଳେ ଏକ ଗୀତ ହେବ ଯାହାକୁ ଦର୍ଶକେ ମୋ’ ପାଇଁ ମନେ ରଖିବେ। ଏହି ସୁନ୍ଦର ଫିଲ୍ମଟି ମୋତେ ଏତେ ଭଲପାଇବା ଦେଇଥିବାରୁ  ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ। ’

Share