Categories: ଜାତୀୟ

ଉଦ୍ଧବଙ୍କୁ ଝଟକା: ବିଧାନ ପରିଷଦର ଉପସଭାପତି ନୀଲମ ଗୋରେ ଶିନ୍ଦେ ଦଳରେ ହେବେ ସାମିଲ

ମୁମ୍ବାଇ,୭।୭: ମହାରାଷ୍ଟ୍ରରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଉଦ୍ଧବ ଠାକରେକୁ ବଡ଼ ଝଟକା ଲାଗିଛି। ବିଧାନ ପରିଷଦର ଉପସଭାପତି ନୀଲମ ଗୋରେ ଶିନ୍ଦେ ଦଳରେ ସାମିଲ ହେବେ। କିଛି ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଉପସ୍ଥିତିରେ ଯୋଗ ଦେବେ ବୋଲି ଜଣାପଡିଛି। ଅନ୍ୟପକ୍ଷରେ ଏନସିପି (ଶରଦ ପାୱାର) ଗୋଷ୍ଠୀର ଜଣେ ବରିଷ୍ଠ ନେତା ଦାବି କରିଛନ୍ତି ଯେ ୬ଜଣ ବିଧାୟକ ଶରଦ ପାୱାରଙ୍କ ସହ ଯୋଗାଯୋଗ କରିଛନ୍ତି। ସେ ଶରଦ ପାୱାରଙ୍କ ସହ ଆସିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଜୁଲାଇ ୫ର ବୈଠକ ପରେ ଶରଦ ପାୱାର ୧୮ ଜଣ ବିଧାୟକଙ୍କ ସମର୍ଥନ ପାଇଥିଲେ। ଯଦି ଏହା ସତ ହୋଇଥାଏ. ତେବେ ଅଜିତ ପାୱାରଙ୍କୁ ବଡ଼ ଧକ୍କା ଲାଗିପାରେ।

ନୀଲମ ଗୋରେ ହେଉଛନ୍ତି ଉଦ୍ଧବ ଠାକୁର ଦଳର ଶିବସେନାର ନେତା। ୨୦୦୨, ୨୦୦୮, ୨୦୧୪ ଏବଂ ୨୦୨୦ ବର୍ଷରେ ଚାରିଥର ବିଧାନ ପରିଷଦକୁ ମନୋନୀତ ହୋଇଥିଲେ। ସେ ୭ ଜୁଲାଇ ୨୦୨୨ରୁ ମହାରାଷ୍ଟ୍ର ବିଧାନ ପରିଷଦର ଉପସଭାପତ ଅଛନ୍ତି।

 

Share