ବାପାଙ୍କ ଖୁସି ପାଇଁ ଏହି ଅଭିନେତ୍ରୀଙ୍କଠାରୁ ଅଲଗା ହୋଇଥିଲେ ବବି ଦେଓଲ

ବଲିଉଡ୍‌ ଅଭିନେତ୍ରୀ ନୀଲମ କୋଠାରୀ ଇତିମଧ୍ୟରେ ୫୧ ବର୍ଷରେ ପଦାର୍ପଣ କରିଛନ୍ତି। ୯ ନଭେମ୍ବର, ୧୯୬୯ରେ ହଂକଂରେ ସେ ଜନ୍ମଗ୍ରହଣ କରିଥିଲେ। ବ୍ୟାଙ୍କକ୍‌ରେ କିଛି ବର୍ଷ ରହିବା ପରେ ପରିବାର ସହ ସେ ମୁମ୍ବାଇ ଚାଲିଆସିଥିଲେ। ଏହାପରେ ଆରମ୍ଭ ହୋଇଥିଲା ତାଙ୍କର ବଳିଉଡ୍‌ ଯାତ୍ରା। ୧୯୮୪ ମସିହାରେ ଫିଲ୍ମ ‘ଜଓ୍ବାନୀ’ରୁ ନୀଲମ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହାପରେ ସେ ଅନେକ କଳାକାରଙ୍କ ସହ ବହୁ ସୁପରହିଟ୍‌ ଫିଲ୍ମରେ କାମ କଲେ। ହେଲେ ଗୋବିନ୍ଦାଙ୍କ ସହ ତାଙ୍କ ଯୋଡି ବଲିଉଡ୍‌ରେ ସବୁଠାରୁ ହିଟ୍‌ ହୋଇଥିଲା। ଏବେ ନୀଲମ ବଲିଉଡ୍‌ଠାରୁ ଦୂରେଇଯାଇ ନିଜର ଅଳଙ୍କାର ବ୍ୟବସାୟର ଦେଖାଶୁଣା କରୁଛନ୍ତି। ତେବେ ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ, ଏକଦା ନୀଲମ ଧର୍ମେନ୍ଦ୍ରଙ୍କ ପୁଅ ତଥା ଅଭିନେତା ବବି ଦେଓଲଙ୍କ ପ୍ରେମରେ ପାଗଳ ଥିଲେ। ବବି ମଧ୍ୟ ନୀଲମଙ୍କୁ ପାଗଳ ପରି ଭଲ ପାଉଥିଲେ। ଉଭୟ ବିବାହ ମଧ୍ୟ କରିବାକୁ ଚାହୁଁଥିଲେ। ମାତ୍ର ଧର୍ମେନ୍ଦ୍ରଙ୍କ ପାଇଁ ତାଙ୍କ ସମ୍ଭବ ହୋଇପାରି ନ ଥିଲା।


ଏକ ରିପୋର୍ଟ ଅନୁଯାୟୀ, ନୀଲମ ଏବଂ ବବି ପ୍ରାୟ ୫ ବର୍ଷ ପର୍ଯ୍ୟନ୍ତ ରିଲେଶନସିପ୍‌ରେ ରହିଥିଲେ। କିନ୍ତୁ ଧର୍ମେନ୍ଦ୍ର ଚାହୁଁ ନ ଥିଲେ ଯେ, ତାଙ୍କର ପୁଅ ବଲିଉଡ୍‌ର କୌଣସି ଅଭିନେତ୍ରୀଙ୍କୁ ବିବାହ କରନ୍ତୁ ବୋଲି। ଏହି କାରଣ ପାଇଁ ଉଭୟଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ହୋଇଯାଇଥିଲା। ଏ ଦେଇ ଏକ ସାକ୍ଷାତକାରେ ନୀଲମ କହିଥିଲେ, ବବି ଏବଂ ମୁଁ ରିଲେଶନସିପ୍‌ରେ ଥିଲୁ। ଆମେ ପରସ୍ପରର ସହମତିରେ ଅଲଗା ହୋଇଛି। ଏଥିପାଇଁ ତୃତୀୟ ବ୍ୟକ୍ତି କେହି ଦାୟୀ ନୁହନ୍ତି ବୋଲି ସେ କହିଥିଲେ।

Share