ତିନୋଟି ବିବାହ କରିଛନ୍ତି ଶାହିଦଙ୍କ ମା’; ଏବେ ବଖାଣିଲେ ଦୁଃଖ

ବମ୍ବେ: ଏକାଧିକ ଥର ପ୍ରେମରେ ପଡ଼ିବା କି ଏକାଧିକ ବିବାହ କରିବା ବଲିଉଡ୍‌ କଳାକାରଙ୍କ ପାଇଁ ନୂଆ କଥା ନୁହେଁ। ହେଲେ କିଛି ସେଲିବ୍ରିଟି ବାଧ୍ୟହୋଇ ସମ୍ପର୍କ ତୁଟାଇ ଆଗକୁ ବଢ଼ିଛନ୍ତି। ସେଭଳି ଜଣେ ହେଲେ ଅଭିନେତା ଶାହିଦ କପୁର ଏବଂ ଈଶାନ ଖଟ୍ଟରଙ୍କ ମା’ ନୀଳିମା ଅଜିମ। ସେ ତିନୋଟି ବିବାହ କରିଛନ୍ତି। ୧୯୭୫ରେ ସେ ପ୍ରଥମେ ଅଭିନେତା ପଙ୍କଜ କପୁରଙ୍କୁ ବିବାହ କରିଥିଲେ। ପରେ ସେ ରାଜେଶ ଖଟ୍ଟରଙ୍କ ହାତ ଧରିଥିଲେ। ୨୦୦୪ରେ ତୃତୀ ବିବାହ କରି ସେ ରଜା ଅଲୀ ଖାନ୍‌ଙ୍କୁ ବିବାହ କରିଥିଲେ।

ନିକଟରେ ଏକ ସାକ୍ଷାତକାରରେ ନୀଳିମା ବିବାହ ବିଚ୍ଛେଦକୁ ନେଇ ମୁହଁ ଖୋଲିଛନ୍ତି। ପ୍ରଥମ ବିବାହ ଭାଙ୍ଗିବା ସମୟରେ ସେ ବହୁତ ଭାଙ୍ଗିପଡ଼ିଥିଲେ। ଯଦି ନିଜ ଉପରେ ନିୟନ୍ତ୍ରଣ ଥାନ୍ତା ତେବେ ଦ୍ୱିତୀୟ ବିବାହ ଭାଙ୍ଗିବାରୁ ରକ୍ଷା କରିପାରିଥାନ୍ତେ। ହେଲେ ସବୁକିଛି ହଠାତ ହୋଇଥିଲା। ଫଳରେ ସେ କିଛି କରିପାରି ନ ଥିଲେ।

ପ୍ରଥମ ସ୍ବାମୀ ପଙ୍କଜ କପୁର ନୀଳିମାଙ୍କ ବନ୍ଧୁ ଥିଲେ। ପଙ୍କଜଙ୍କୁ ବିବାହ କରିବା ସମୟରେ ତାଙ୍କୁ ମାତ୍ର ୧୬ ବର୍ଷ ହୋଇଥିଲା। ଦୀର୍ଘ ବର୍ଷ ଧରି ସବୁକିଛି ଠିକ୍‌ ଚାଲିଥିଲା। ଆଖପାଖରେ ବି ସବୁ ଠିକ୍‌ ଥିଲା। ହେଲେ ସବୁକିଛି ହଠାତ ବିଗିଡ଼ି ଯାଇଥିଲା। ଗୋଡ଼ ଖସିଯିବା ଭଳି ତାଙ୍କୁ ଲାଗିଯାଇଥିଲା। ମାତ୍ର ଅଲଗା ହେବାର ନିଷ୍ପତ୍ତି ତାଙ୍କର ନ ଥିଲା। ପଙ୍କଜ ଆଗକୁ ବଢ଼ି ଯାଇଥିବାରୁ ସେ ଏପରି କରିବାକୁ ବାଧ୍ୟ ହୋଇଥିବା ନୀଳିମା କହିଛନ୍ତି।

Share