Categories: ଜାତୀୟ

ଅବସରପ୍ରାପ୍ତ ବିଚାରପତି ନୀଳକଣ୍ଠ ଗଞ୍ଜୁ ହତ୍ୟା ମାମଲାର ଯାଞ୍ଚ ପୁଣି ଆରମ୍ଭ

ନୂଆଦିଲ୍ଲୀ,୮।୮: ଜାମ୍ମୁ କାଶ୍ମୀରର ଅବସରପ୍ରାପ୍ତ ବିଚାରପତି ନୀଲକଣ୍ଠ ଗଞ୍ଜୁଙ୍କ ହତ୍ୟା ମାମଲାର ଫାଇଲ ଖୋଲାଯାଇଛି। ଜାମ୍ମୁ କାଶ୍ମୀରର ରାଜ୍ୟ ଅନୁସନ୍ଧାନ ଏଜେନ୍ସି (ଏସଆଇଏ) ୩୩ବର୍ଷ ପୁରୁଣା ମାମଲାର ପୁନଃ ଅନୁସନ୍ଧାନ ପାଇଁ ଲୋକଙ୍କଠାରୁ ତଥ୍ୟ ସଂଗ୍ରହ କରୁଛି। ଏହି ଘଟଣାରେ ସୂଚନା ଥିବା ବ୍ୟକ୍ତି ଏବଂ ସେହି ସମୟରେ ପରିସ୍ଥିତି ସମ୍ପର୍କରେ ସୂଚନା ଥିବା ଲୋକଙ୍କୁ ଆଗକୁ ଆସିବାକୁ ଏସଆଇଏ ନିବେଦନ କରିଛି।

ଶ୍ରୀନଗରରେ ଆତଙ୍କବାଦୀମାନେ ନୀଲକଣ୍ଠ ଗଞ୍ଜୁଙ୍କୁ ଗୁଳି କରି ହତ୍ୟା କରିଥିଲେ। ସେ ଜିଲା କୋର୍ଟରେ ବିଚାରପତି ଥିଲେ। ଏକ ମାମଲାରେ ଜାମ୍ମୁ କାଶ୍ମୀର ଲିବରେସନ ଫ୍ରଣ୍ଟର ପ୍ରତିଷ୍ଠାତା ତଥା ନେତା ମକବୁଲ ଭଟ୍ଟଙ୍କୁ ନୀଲକଣ୍ଠ ଗଞ୍ଜୁ ମୃତ୍ୟୁଦଣ୍ଡ ଦେଇଛନ୍ତି, ଯାହା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ସମର୍ଥିତ ହୋଇଥିଲା।

Share