ସତ ହେଲା ନିନାଙ୍କ ସ୍ବପ୍ନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନିନା ଗୁପ୍ତାଙ୍କ ଏକ ସ୍ବପ୍ନ ସତ ହୋଇଛି। ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ଅଭିନେତ୍ରୀ ପ୍ରଶଂସକଙ୍କୁ ଏହି ସୂଚନା ଦେଇଛନ୍ତି। ନିନା ତାଙ୍କ ସ୍ବାମୀ ବିବେକ ମେହରାଙ୍କ ସହ ଶନିବାର ୧୫ ଜୁଲାଇରେ ଲଣ୍ଡନରେ ଅନୁଷ୍ଠିତ ଓ୍ବିମ୍ବଲଡେନ ଟେନିସ ମହିଳା ଫାଇନାଲ ମ୍ୟାଚ ଦେଖିବାକୁ ପହଞ୍ଚିଥିଲେ।
ଅଭିନେତ୍ରୀ ଇନଷ୍ଟାଗ୍ରାମରେ ଓ୍ବିମ୍ବଲଡନ ମହିଳା ଫାଇନାଲର ଭିଡିଓ ଶେୟାର କରି ଏହା ‘ସ୍ବପ୍ନ ସତ ହେଲା’ ବୋଲି କହିଛନ୍ତି। ଷ୍ଟାଡିୟମରୁ ଶେୟାର କରିଥିବା ଭିଡିଓରେ ସେ ନିଜର ଖୁସି ଜାହିର କରିବା ସହ ସ୍ବପ୍ନ ସାକାର ହେଲା ବୋଲି ଲେଖିଛନ୍ତି।
ଉକ୍ତ ଭିଡିଓରେ ନିଜର ଖୁସି ଜାହିର କରିବା ସହ ସେ କହିଛନ୍ତି ଓ୍ବିମ୍ବଲଡନର ଯେ କୌଣସି ମ୍ୟାଚ ଦେଖିବା ମୋର ସ୍ବପ୍ନ ଥିଲା। ସେଥିପାଇଁ ଆମେ କେବଳ ମହିଳାଙ୍କ ଫାଇନାଲ ମ୍ୟାଚ ଦେଖିଲୁ। ଯେମିତି କ୍ରିକେଟର ଏକ ଭିନ୍ନ ମାହୋଲ ହୋଇଥାଏ ,ସେମିତି ଏଠାକାର ମାହୋଲ ବି ଭିନ୍ନ ଥିଲା। ହେଲେ ମୋର ସବୁଠାର ବଡ ସ୍ବପ୍ନ ପୂରଣ ହୋଇଯାଇଛି। ଏଥିପାଇଁ ସେ ତାଙ୍କ ସ୍ବାମୀ ବିବେକଙ୍କୁ ଧନ୍ୟବାଦ ଦେଇଛନ୍ତି, ଯେକି ତାଙ୍କୁ ଏହି ଟିକେଟ ଦେଇଛନ୍ତି।

Share