ଫେରୁଛନ୍ତି ନିନା!

ମୁମ୍ବାଇ: ମନୋରଞ୍ଜନ ଦୁନିଆର ନାଁ କରା ଅଭିନେତ୍ରୀ ନିନା ଗୁପ୍ତା ପୁଣିଥରେ ବଡ ପରଦାରେ ନଜର ଆସିବେ । ନିର୍ଦ୍ଦେଶକ ଅମିତ ଶର୍ମା ତାଙ୍କ ମୁଭି ‘ ଦ ଇଣ୍ଟର୍ନ’ରେ ନିନାଙ୍କୁ କାଷ୍ଟ କରୁଥିବା ଶୁଣିବାକୁ ମିଳିଛି । ଅମିତଙ୍କ ସହ ମୁଭି ବଧାଇ ହୋରେ ନିନା ଅଭିନୟ କରିବା ପରେ ଏବେ ତାଙ୍କ ନିକଟରେ ଅଫର ଉପରେ ଅଫର । ନିନା ଗୁପ୍ତାଙ୍କ ଅଭିନୟକୁ ନେଇ ଅମିତ ଶର୍ମା କହିଛନ୍ତି ବିଳମ୍ବରେ ହେଉ ପଛେ ଷ୍ଟାରଡମ ସହ ଫେରିଛନ୍ତି ଅଭିନେତ୍ରୀ । ଏହା ତାଙ୍କର ପ୍ରତିଭା, ପରିଶ୍ରମ ଭାଗ୍ୟ ବୋଲି ଅମିତ କହିଛନ୍ତି । ଅମିତାଭ ବଚ୍ଚନ ଓ ଦୀପିକା ପାଦୁକୋନ ‘ଦ ଇଣ୍ଟର୍ନ’ରେ କାମ କରୁଥିବା ବେଳେ ନିନା ଗୁପ୍ତାଙ୍କ ଅଭିନୟକୁ ଦେଖିବାକୁ ଦର୍ଶକେ ନିଶ୍ଚୟ ଅପେକ୍ଷା ରଖିବେ ବୋଲି ଅମିତ ଶର୍ମା କହିଛନ୍ତି ।

Share