ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ମାସାବା ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ସେ ଗତ ବର୍ଷ ଜାନୁୟାରୀ ୨୦୨୩ରେ ଅଭିନେତା ସତ୍ୟଦୀପ ମିଶ୍ରଙ୍କୁ ବିବାହ କରିଥିଲେ। ମାସାବାଙ୍କ ବିବାହରେ ବଲିଉଡ ତାରକାମାନେ ମଧ୍ୟ ଯୋଗ ଦେଇଥିଲେ। ବର୍ତ୍ତମାନ ମାସାବା ଶୀଘ୍ର ମା ହେବାକୁ ଯାଉଥିବା ଖୁସି ଖବର ସମସ୍ତଙ୍କୁ ଜଣାଇଛନ୍ତି।
ମାସାବା ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଲେଖିଛନ୍ତି। ଏକ ଭିଡିଓ ପୋଷ୍ଟ କରିବାବେଳେ ମାସାବା କ୍ୟାପସନ ଲେଖିଛନ୍ତି, ‘ଆମର ଏକ ଖବର ଅଛି, ୨ ଟି କୁନି କୁନି ପାଦ ଆମ ଘରେ ପ୍ରବେଶ କରିବାକୁ ଯାଉଛି। ନୂଆ ଆରମ୍ଭ ପାଇଁ ପ୍ରାର୍ଥନା ଏବଂ ଶୁଭେଚ୍ଛା ପଠାଇ ପାରିବେ। ’ ଯେଉଁଥିରେ ମାସାବା ତାଙ୍କ ସ୍ବାମୀ ସତ୍ୟଦୀପଙ୍କ କାନ୍ଧରେ ମୁଣ୍ଡ ରଖିଥିବାର ନଜର ଆସିଛନ୍ତି।
ମାସାବା ଗୁପ୍ତା ସତ୍ୟଦୀପଙ୍କ ସହ ଦ୍ୱିତୀୟ ବିବାହ କରିଥିଲେ। ଏହାପୂର୍ବରୁ, ସେ ୨୦୧୫ରେ ମଧୁ ମଣ୍ଟେନାଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହର କିଛି ବର୍ଷ ପରେ, ଦୁହେଁ ୨୦୧୯ରେ ଅଲଗା ହୋଇଯାଇଥିଲେ। ଏହା ପରେ ମାସାବା ପ୍ରାୟ ୪ବର୍ଷ ଅପେକ୍ଷା କରି ଜାନୁୟାରୀ ୨୦୨୩ରେ ସତ୍ୟଦୀପଙ୍କୁ ବିବାହ କରିଥିଲେ। ଏହି ବିବାହରେ ବଲିଉଡ ତାରକାମାନେ ମଧ୍ୟ ଭାଗ ନେଇଥିଲେ।
ନୀନା ଗୁପ୍ତା ଏବଂ କ୍ରିକେଟର ଭିଭିଆନ ରିଚାର୍ଡସଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଏହି ସମୟରେ ନୀନା ଗୁପ୍ତା ଗର୍ଭବତୀ ହୋଇଥିଲେ।
ଗର୍ଭବତୀ ହେବା ପରେ ନୀନା ଗୁପ୍ତାଙ୍କୁ ଭିଭିଆନ ରିଚାର୍ଡସ ବିବାହ କରିନଥିଲେ। ନୀନା ନିଜ ଝିଅକୁ ଏକାକୀ ଜନ୍ମ ଦେଇ ବଢାଇଥିଲେ। ଏବେ ଜଣେ କୁନି ଅତିଥି ନୀନା ଗୁପ୍ତାଙ୍କ ଘରକୁ ଆସିବାକୁ ଯାଉଛନ୍ତି। ନୀନା ଗୁପ୍ତାଙ୍କ ଝିଅ ମାସାବା ଶୀଘ୍ର ଏକ ସନ୍ତାନ ପ୍ରସବ କରିବାକୁ ଯାଉଛନ୍ତି। ଏହି ପୋଷ୍ଟରେ ବଲିଉଡ ତାରକାମାନେ ମଧ୍ୟ ମାସାବାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କମେଣ୍ଟ ସେକସନରେ ଏହି ପୋଷ୍ଟ ପାଇଁ ଅଭିନନ୍ଦନ ଜଣାଇଛନ୍ତି କ୍ରିତି ସାନନ। ଏହା ସହିତ ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା ମଧ୍ୟ ମାସାବାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାରା ତେନ୍ଦୁଲକର ଏବଂ ସୁନୀଧି ଚୌହାନଙ୍କ ସମେତ ଅନେକ ବଲିଉଡ ତାରକା ମାସାବାଙ୍କ ଏହି ପୋଷ୍ଟରେ ଅଭିନନ୍ଦନ ଜଣାଇଛନ୍ତି।

 

Share