ପୁରସ୍କାର ନେଲାବେଳେ ଅମରିଶ ପୁରୀଙ୍କ ସହ ହାତ ମିଳାଇବାକୁ ଭୁଲି ଯାଇଥିଲେ ଅଭିନେତ୍ରୀ, ବଢ଼ିଥିବା ହାତକୁ ଦେଖି…

ବଲିଉଡ୍‌ ଅଭିନେତ୍ରୀ ନୀନା ଗୁପ୍ତା ପ୍ରାୟତଃ ତାଙ୍କ ସାଙ୍ଗ ଏବଂ ପରିବାର ସହିତ ମଜାଳିଆ ଢଙ୍ଗରେ ନଜରକୁ ଆସିଥାନ୍ତି। ଅନ୍‌ସ୍କ୍ରିନ ହେଉ କିମ୍ବା ଅଫ୍‌ ସ୍କ୍ରିନ ନୀନାଙ୍କ ଶୈଳୀ ସବୁବେଳେ ଦର୍ଶକଙ୍କୁ ପସନ୍ଦ ଆସିଥାଏ। ନୀନାଙ୍କ ଝିଅ ତଥା ଫ୍ୟାଶନ ଡିଜାଇନର୍‌ ମାସାବା ଗୁପ୍ତା ତାଙ୍କ ମା’ଙ୍କ ଏପରି ଏକ ମଜାଳିଆ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ଯୁବାବସ୍ଥାରେ ମଞ୍ଚରେ ପୁରସ୍କାର ପାଇବା ପରେ ଏକ ଭାଷଣ ଦେଉଥିବାର ନଜରକୁ ଆସିଛନ୍ତି। ଭେଟେରାନ୍‌ ଅଭିନେତା ଅମରିଶ ପୁରୀ ଏହି ଭିଡିଓରେ ନୀନାଙ୍କୁ ପୁରସ୍କାର ପ୍ରଦାନ କରୁଛନ୍ତି।
ଏହି ଭିଡିଓ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବହୁତ ମଜାଦାର। ବାସ୍ତବରେ, ମଞ୍ଚ ଉପରେ ନୀନାଙ୍କୁ ଅମରିଶ ପୁରସ୍କାର ପ୍ରଦାନ କରନ୍ତି। ପରେ ତାଙ୍କ ସହ ହାତ ମିଳାଇବାକୁ ହାତ ଦେଖାନ୍ତି। ମାତ୍ର ପୁରସ୍କାର ପାଇବାମାତ୍ରେ ନୀନା ଆଗକୁ ଯାଇ ହାତ ମିଳାଇବାକୁ ଭୁଲିଯାଆନ୍ତି। ପରେ ହଠାତ୍‌ ଅମରିଶ ଉଠାଯାଇଥିବା ହାତକୁ ଦେଖି ହାତମିଳାନ୍ତି। ଏହି ଦୃଶ୍ୟ ଦେଖି ଦର୍ଶକମାନେ ମଧ୍ୟ ହସିବାକୁ ଲାଗନ୍ତି।
ଏହା ପରେ ନୀନା ମାଇକ୍‌ ଆଡ଼କୁ ଅଗ୍ରସର ହୁଅନ୍ତି ଏବଂ ତାଙ୍କ ସଂଳାପ କୁହନ୍ତି। ମାସାବାଙ୍କ ପରେ ନୀନା ନିଜେ ମଧ୍ୟ ଏହି ଭିଡିଓ ଶେୟାର କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କର ସଂଳାପ ‘ବୁନିୟାଦ’ ସିରିୟଲର, ଯାହା ଦର୍ଶକ ଶୁଣିବାକୁ ଚାହୁଁଥିଲେ।

 

Share