ଏହି ଅଭିନେତ୍ରୀଙ୍କୁ ଡାକ୍ତର, ଟେଲର କରିଥିଲେ ଅସଦାଚରଣ: କେବଳ ଏହି କାରଣ ପାଇଁ ଲୁଚାଇଥିଲେ ମା’ଙ୍କୁ

ବଲିଉଡ୍‌ ଅଭିନେତ୍ରୀ ନିନା ଗୁପ୍ତା ଛୋଟ ଥିଲା ବେଳେ ନିର୍ଯାତନାର ଶିକାର ହୋଇଥିଲେ। ତେବେ ସେ ଏହି ଘଟଣା ତାଙ୍କ ମା’ଙ୍କୁ ଲୁଚାଇଥିଲେ। ଅଭିନେତ୍ରୀ ତାଙ୍କ ଆତ୍ମଜୀବନୀ ‘ସଚ୍ଚ କହୁଁ ତୋ’ରେ ତାଙ୍କ ସ୍କୁଲ ଦିନର ଭଲ ଏବଂ ଖରାପ ସ୍ମୃତି ବାଣ୍ଟିଛନ୍ତି।

ବହିରେ ନିନା କହିଛନ୍ତି ଯେ, ଯେତେବେଳେ ସେ ଚେକଅପ୍‌ ପାଇଁ ଜଣେ ଆଖି ଡାକ୍ତରଙ୍କ ନିକଟକୁ ଯାଇଥିଲେ, ସେତେବେଳେ ଡାକ୍ତର ତାଙ୍କ ଭାଇଙ୍କୁ ଭିତରେ ବସିବାକୁ କହିଥିଲେ। ଡାକ୍ତର ଅଖି ପରୀକ୍ଷା କରିବା ବାହାନାରେ ତାଙ୍କ ଶରୀରର ବିଭିନ୍ନ ଅଙ୍ଗକୁ ପରୀକ୍ଷା କରିଥିଲେ। ସେତେବେଳେ ସେ ବହୁତ ଡରି ଯାଇଥିଲି। ବହୁତ ଖରାପ ଅନୁଭବ କରୁଥିଲେ। ପରେ ସେ ଘରର ଏକ କୋଣରେ ବସି ବହୁତ କାନ୍ଦିଥିଲେ। ମା’ଙ୍କୁ ଏହି ବିଷୟରେ କହିବାକୁ ସାହସ ଜୁଟାଇ ପାରି ନ ଥିବା ସେ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଥିଲେ। ସେ ଏତେ ଡରି ଯାଇଥିଲି ଯେ, ସେ ଭାବିଲେ ମା’ କହିବେ ଏହା ମୋର ଦୋଷ।

ସେ ଟେଲର ସହ ଜଡିତ ଏକ ଘଟଣା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ନିନା କହିଛନ୍ତି, ମାପ ନେବାବେଳେ ଟେଲର ତାଙ୍କୁ ଅସଦାଚରଣ କରିବା ଆରମ୍ଭ କରିଥିଲେ। ଏହା ପରେ ବି ସେ ଉକ୍ତ ଟେଲରକୁ ଯିବାକୁ ବାଧ୍ୟ ହୋଇଥିଲେ। ମୋ ପକ୍ଷେ କୌଣସି ବିକଳ୍ପ ନ ଥିଲା, ଯିବାପାଇଁ ମନା କରିବା ପରେ ବି ମା’ କହନ୍ତି, କାହିଁକି ଯିବୁ ନାହୁଁ ତେଣୁ ମୁଁ ଚୁପଚାପ ଚାଲିଯାଏ।

Share