ବୟସ୍କ, ଦିବ୍ୟାଙ୍ଗଙ୍କ ପାଇଁ ‘ନିଅର ଟୁ ହୋମ୍‌ ଟିକାକରଣ କେନ୍ଦ୍ର’

ଭୁବନେଶ୍ୱର, ୩୧।୫(ବ୍ୟୁରୋ): ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ଘର ନିକଟରେ ଟିକାକରଣ କେନ୍ଦ୍ର ବା ନିଅର ଟୁ ହୋମ୍‌ ଟିକାକରଣ କେନ୍ଦ୍ର (ଏନ୍‌ଏଚ୍‌ସିଭିସି) କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ଏହି ଆଧାରରେ ଟିକାକରଣ କରିବାକୁ ଓଡ଼ିଶା ପ୍ରସ୍ତୁତ ହେଉଛି। ଏଥିପାଇଁ ଶୀଘ୍ର ବ୍ୟବସ୍ଥା କରିବାକୁ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୋମବାର ସମସ୍ତ ଜିଲାପାଳ, ମହାନଗର ନିଗମ କମିଶନର, ଜଲା ଚିକତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୌଣସି କମ୍ୟୁନିଟି ସେଣ୍ଟର, ରେସିଡେଣ୍ଟ ଓ୍ବେଲ୍‌ଫେୟାର ଆସୋସିଏଶନ ସେଣ୍ଟର, ଗ୍ରୁପ୍‌ ହାଉସିଂ ସୋସାଇଟି ସେଣ୍ଟର, ପଞ୍ଚାୟତ ବିଲ୍ଡିଂ, ସ୍କୁଲ ପରିସରରେ ଏନ୍‌ଏଚ୍‌ସିଭିସିର ଆୟୋଜନ କରାଯାଇପାରିବ।

Share