Categories: ଖେଳ

ପୁଣି ଏକ ରେକର୍ଡ ହାସଲ କଲେ ସୁନା ପୁଅ

ହେଲସିଙ୍କି,୧୫।୬: ଭାରତର ଜାଭେଲିନ ଥ୍ରୋ’ ଖେଳାଳି ନୀରଜ ଚୋପ୍ରା ପୁଣି ଏକ ରେକର୍ଡ କରିଛନ୍ତି। ୮୯.୩୦ ମିଟର ଦୂରତା ଜାଭଲିନ୍‌ ପକାଇ ନିଜ ରେକର୍ଡ ଭାଙ୍ଗି ଏକ ନୂତନ ଜାତୀୟ ରେକର୍ଡ କରିଛନ୍ତି। ଫିନଲ୍ୟାଣ୍ଡର ତୁର୍କୁରେ ପାଭୋ ନୁରମି ଗେମ୍ସରେ ନୀରଜ ଚୋପ୍ରା ଏହି ସଫଳତା ହାସଲ କରିଛନ୍ତି। ତାରକା ଖେଳାଳିଙ୍କ ଦ୍ୱାରା ସଜ୍ଜିତ ଏହି ପ୍ରତିଯୋଗିତାରେ ସେ ରୌପ୍ୟ ପଦକ ଜିତି ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ନୀରଜ ପାଭୋ ନୁରମି ଗେମ୍ସରେ ରୌପ୍ୟ ପଦକ ଜିତିବା ପରେ ଅନେକ ସେଲିବ୍ରିଟି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ନୀରଜ ଚୋପ୍ରାଙ୍କ ଜାତୀୟ ରେକର୍ଡ ୮୮.୦୭ ମିଟର ଥିଲା, ଯାହା ସେ ଗତ ବର୍ଷ ମାର୍ଚ୍ଚରେ ପଟିଆଲାରେ ହାସଲ କରିଥିଲେ। ୭ ଅଗଷ୍ଟ ୨୦୨୧ରେ ଟୋକିଓ ଅଲିମ୍ପିକ୍ସରେ ନୀରଜ ଚୋପ୍ରା ୮୭.୫୮ ମିଟର ଫିଙ୍ଗି ସ୍ବର୍ଣ୍ଣ ପଦକ ଜିତିଥିଲେ।
ଟୋକିଓ ଅଲିମ୍ପିକ୍ସରେ ନିଜର ଐତିହାସିକ ସ୍ବର୍ଣ୍ଣ ଜିତିବା ପରେ ଜୁନ ୧୪, ୨୦୨୨ରେ ନୀରଜ ତାଙ୍କର ପ୍ରଥମ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ପାଭୋ ନୁରମି ଗେମ୍ସ ହେଉଛି ଏକ ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍‌ ଗୋଲ୍ଡ ସିରିଜ ଇଭେଣ୍ଟ। ଏହା ଡାଏମଣ୍ଡ ଲିଗ ପରେ ଅନ୍ୟତମ ପ୍ରତିଷ୍ଠିତ ଆଥଲେଟିକ୍ସ ପ୍ରତିଯୋଗିତା।

Share