Categories: ଖେଳ

ଭାରତକୁ ବଡ ଝଟ୍‌କା

ନୂଆଦିଲ୍ଲୀ,୨୬।୭: ବର୍ମିଂହାମରେ ଆୟୋଜିତ ହେବାକୁ ଥିବା କମନଓ୍ବେଲ୍‌ଥ ଗେମ୍ସ-୨୦୨୨ ଆରମ୍ଭର ଠିକ୍‌ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା ଲାଗିଛି। ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ଭାରତର ସୁନା ପୁଅ ନୀରଜ ଚୋପ୍ରା ଏଥିରୁ ବାଦ୍‌ ପଡ଼ିଛନ୍ତି। ନିକଟରେ ସେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନ୍ସଶିପରେ ରୌପ୍ୟ ପଦକ ଜିତି ଇତିହାସ ରଚିଥିଲେ।

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ଫାଇନାଲ ଖେଳୁଥିବା ବେଳେ ନୀରଜ ଚୋପ୍ରା ଆହତ ହୋଇଥିଲେ। ତାଙ୍କ ଜଙ୍ଘରେ ସମସ୍ୟା ସୃଷ୍ଟି ହୋଇଥିଲା। ରୌପ୍ୟ ପଦକ ଜିତିବା ପରେ ନୀରଜ ମଧ୍ୟ ଆହତ ହୋଇଥିବା କଥାକୁ ସ୍ବୀକାର କରିଥିଲେ। ପରେ ତାଙ୍କର ଏମ୍‌ଆର୍‌ଆଇ କରାଯାଇଥିଲା। ଏଥିରେ ତାଙ୍କର ଗ୍ରୋଇଂ ଆଘାତ ବିଷୟରେ ଜଣାପଡ଼ିଥିଲା। ଏଭଳି ପରିସ୍ଥିତିରେ ନୀରଜ ଚୋପ୍ରାଙ୍କୁ ପ୍ରାୟ ଏକ ମାସ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି। ଏଥିଲାଗି ସେ କମନଓ୍ବେଲ୍‌ଥ ଗେମ୍ସ ଖେଳିବେ ନାହିଁ ବୋଲି ଜଣାପଡ଼ିଛି।

Share