ବୀରତା ପୁରସ୍କାର ଘୋଷଣା: ନୀରଜ ଚୋପ୍ରାଙ୍କୁ ପରମ ବିଶିଷ୍ଟ ସେବା ପଦକ

ନୂଆଦିଲ୍ଲୀ,୨୫।୧: କେନ୍ଦ୍ର ସରକାର ମଙ୍ଗଳବାର ବୀରତା ପୁରସ୍କାର ଘୋଷଣା କରିଛନ୍ତି। ପ୍ରକାଶିତ ତାଲିକା ଅନୁଯାୟୀ, ଏଥର ୩୮୪ଙ୍କୁ ବୀରତା ପୁରସ୍କାର ପ୍ରଦାନ କରାଯିବ। ୭୩ତମ ସାଧାରଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପୁରସ୍କାର ପ୍ରଦାନ କରିବେ। ଏଥିମଧ୍ୟରୁ ୧୨ ଜଣଙ୍କୁ ଶୌର୍ଯ୍ୟ ଚକ୍ର ଏବଂ ୨୯ ଜଣଙ୍କୁ ପରମ ବିଶିଷ୍ଟ ସେବା ପଦକ ଦେବାକୁ ଘୋଷଣା କରାଯାଇଛି। ୪ଟି ଉତ୍ତମ ଯୁଦ୍ଧ ସେବା ମଡେଲ, ୫୩ ଅତି ବିଶିଷ୍ଟ ସେବା ପଦକ, ୧୩ ଯୁଦ୍ଧ ସେବା ପଦକ ମିଳିବ। ଏହା ବ୍ୟତୀତ ୧୨୨ ବିଶିଷ୍ଟ ସେବା ପଦକ, ୮୧ ସେନା ପଦକ (ଗାଲାଣ୍ଟ୍ରି), ୨ଟି ବାୟୁ ସେନା ପଦକ, ୪୦ ସେନା ପଦକ, ୮ନୌସେନା ପଦକ, ୧୪ ବାୟୁ ସେନା ପଦକ ଆଦି ସାମିଲ ରହିଛି। ଗତ ବର୍ଷ ଅଲିମ୍ପିକ ଗେମ୍ସରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ମଧ୍ୟ ପରମ ବିଶିଷ୍ଟ ସେବା ପଦକ ପାଇବେ।
ସୂଚନାଯୋଗ୍ୟ, ଜାନୁଆରୀ ୨୬ ପରେଡରେ ହରିୟାଣାର ପ୍ରଜ୍ଞାପନ ମେଢକୁ ଏଥର ସ୍ବତନ୍ତ୍ର ଭାବରେ ଉପସ୍ଥାପନ କରାଯିବ। ଏଥିରେ ନୀରଜ ଚୋପ୍ରାଙ୍କ ପ୍ରତିକୃତି ଦେଖିବାକୁ ମିଳିବ। ରାଜ୍ୟ ସୂଚନା ଲୋକସମ୍ପର୍କ ଏବଂ ଭାଷା ବିଭାଗ ଏ ସମ୍ପର୍କରେ ସୂଚନା ଦିଆଯାଇଛି।

Share