Categories: ଖେଳ

ଗରବା ନାଚିଲେ ନୀରଜ

ବରୋଦା,୨୯।୯: ଅଲିମ୍ପିକ ଗେମ୍ସରେ ଭାରତ ପାଇଁ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିଥିବା ଜାଭେଲିନ ଥ୍ରୋ ଖେଳାଳି ନୀରଜ ଚୋପ୍ରା ଗୁଜରାଟରେ ପହଞ୍ଚିବା ପରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଥିଲା। ବରୋଦାଠାରେ ଆୟୋଜିତ ଏକ କାର୍ଯ୍ୟରେ ନୀରଜ ଗରବା ନୃତ୍ୟ କରିଥିଲେ। ଏହି ଅବସରରେ ଭାଷ୍ୟକାର ଚାରୁ ଶର୍ମା ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ। ନୀରଜଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ନବରାତ୍ରୀ ଅବସରରେ ଗୁଜରାଟର ଗରବା ସମଗ୍ର ବିଶ୍ୱରେ ପ୍ରସିଦ୍ଧ।
ଟୋକିଓ ଅଲିମ୍ପିକ୍ସ, ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନଶିପ ଏବଂ ଡାଇମଣ୍ଡ ଲିଗରେ ଐତିହାସିକ ସଫଳତା ହାସଲ କରିଥିବା ନୀରଜ ଚୋପ୍ରା ୩୬ ତମ ଜାତୀୟ ଖେଳ ଉଦ୍‌ଘାଟନ ଅବସରରେ ବରୋଦାରେ ପହଞ୍ଚିଥିଲେ। ନୀରଜ ଜାତୀୟ ଖେଳର ଏକ ଅଂଶ ନୁହଁନ୍ତି। ଡାଏମଣ୍ଡ ଲିଗ ଫାଇନାଲ ଜିତିବା ପରେ ସେ ଏହି ଘୋଷଣା କରିଥିଲେ।

Share