Categories: ଖେଳ

ଅଲିମ୍ପିକ୍ସ ଫାଇନାଲରେ ପ୍ରବେଶ କରିବା ପରେ ନୀରଜ କହିଲେ…

ନୂଆଦିଲ୍ଲୀ, ୦୭।୦୮: ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ୮୭.୫୮ ମିଟର ଥ୍ରୋରେ ସ଼୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ପ୍ୟାରିସ ଅଲିମ୍ପିକ୍ସର ଯୋଗ୍ୟତା ପର୍ଯ୍ୟାୟରେ ଅନ୍ୟ ଆଥଲେଟଙ୍କ ତୁଳନାରେ ଜାଭେଲିନ ସବୁଠାରୁ ଅଧିକ ମିଟର ଫିଙ୍ଗିଥିଲେ। ପୁନର୍ବାର ଅଲିମ୍ପିକ ସ଼୍ବର୍ଣ୍ଣ ପଦକ ଜିତିବା ପାଇଁ ନୀରଜ ଅଗଷ୍ଟ ୮ରେ ପଦକ ଇଭେଣ୍ଟରେ ଅଂଶଗ୍ରହଣ କରିବେ । ଏହି ରାଉଣ୍ଡ ପରେ ଅଫିସିଆଲ ବ୍ରଡକାଷ୍ଟରଙ୍କ ସହ କଥାବାର୍ତ୍ତା ବେଳେ ନୀରଜ କହିଥିଲେ ଯେ ମୁଁ ପ୍ୟାରିସକୁ ଯାହା କରିବା ପାଇଁ ଆସିଛି ତାହା କରିବି। ଏହି ମୁହୂର୍ତ୍ତଟି ମୋ ପାଇଁ ସବୁଦିନ ମନେରହିବା ଯାଉଛି ଏବଂ ମୁଁ ଭାବୁଛି ଏହା ଆଗାମୀ ପୀଢ଼ି ପାଇଁ ମଧ୍ୟ ଅନେକ ପ୍ରେରଣା ଯୋଗାଇବ ।

ସୂଚନା ଥାଉକି, ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ରାଉଣ୍ଡରେ ସେ ୮୯.୩୪ ମିଟର ଜାଭେଲିନ୍‌ ଫିଙ୍ଗି ଫାଇନାଲ୍‌ରେ ସ୍ଥାନ ପକ୍କା କରିଛନ୍ତି । ନୀରଜଙ୍କ ସହିତ ଥିବା କିଶୋର ଜେନାଙ୍କୁ କିନ୍ତୁ ବିଫଳତା ମିଳିଛି । ଫାଇନାଲ୍‌ରେ ପହଞ୍ଚିବାରେ ତାଙ୍କର ପ୍ରୟାସ ବିଫଳ ହୋଇଛି । ଦୁଇ କ୍ରୀଡ଼ାବିତ୍‌ଙ୍କୁ ଅଲଗା ଅଲଗା ଗ୍ରୁପ୍‌ରେ ରଖାଯାଇଛି । ପ୍ରଥମ ୧୬ ଜଣିଆ ଗ୍ରୁପ୍‌ରେ କିଶୋର ସାମିଲ୍‌ ଅଛନ୍ତି । କିଶୋରଙ୍କ ବିଫଳତା ପରେ ଏବେ ସମସ୍ତଙ୍କ ନଜର ନୀରଜଙ୍କ ଉପରେ ରହିଛି । ନୀରଜ ପୁଣିଥରେ ଗୋଲ୍ଡ ଆଣିବେ ବୋଲି ଭାରତୀୟ ଆଶା ରଖିଛନ୍ତି ।

ଦ଼୍ବିତୀୟ ଗ୍ରୁପ୍‌ରେ ରହିଥିବା କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ସବୁଠାରୁ ଅଧିକ ମିଟର ଜାଭେଲିନ୍‌ ଫିଙ୍ଗି ନୀରଜ ଆଗରେ ରହିଛନ୍ତି । ଅଲିମ୍ପିକ୍ସର ୧୧ତମ ଦିନରେ ଜାଭେଲିନ୍‌ ଥ୍ରୋରେ ଭାରତର ଦୁଇ କ୍ରୀଡ଼ାବିତ୍‌ ଭାଗ ନେଇଛନ୍ତି । ପ୍ରଥମ ଗ୍ରୁପ୍‌ରେ ଭାରତକୁ ସଫଳତା ମିଳିନଥିବା ବେଳେ ଦ଼୍ବିତୀୟ ଗ୍ରୁପ୍‌ରେ ନୀରଜ ସିଧା ଫାଇନାଲ୍‌କୁ ପ୍ରବେଶ କରିଛନ୍ତି ।

Share