Posted inଖେଳ

ନୀରଜଙ୍କୁ ରୌପ୍ୟ: ପାକିସ୍ତାନର ନଦିମଙ୍କୁ ସ୍ବର୍ଣ୍ଣ

ପ୍ୟାରିସ, ୯।୮: ପ୍ୟାରିସ୍‌ ଅଲିମ୍ପିକ୍ସରେ ଚମକ ଦେଖାଇ ରୌପ୍ୟ ପଦକ ହାସଲ କରିଛନ୍ତି ଭାରତର ନୀରଜ ଚୋପ୍ରା। ଗୁରୁବାର ଅନୁଷ୍ଠିତ ପୁରୁଷ ଜାଭେଲିନ୍‌ ଥ୍ରୋ ଇଭେଣ୍ଟରେ ସେ ଯଦିଓ ନିଜର ଟୋକିଓ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବଜାୟ ରଖିବାରେ ସକ୍ଷମ ହୋଇ ନାହାନ୍ତି ତେବେ ରୌପ୍ୟ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ପ୍ରଥମ ଉଦ୍ୟମରେ ଫାଉଲ କରି ବସିଥିବା ନୀରଜ ଦ୍ୱିତୀୟ ଉଦ୍ୟମରେ ସିଜନ ଶ୍ରେଷ୍ଠ ୮୯.୪୫ ମିଟର ଥ୍ରୋ କରିଥିଲେ। ମାତ୍ର ପରବର୍ତ୍ତୀ ୪ ରାଉଣ୍ଡ ତାଙ୍କର ଫାଉଲ ହୋଇଥିଲା। ଏହା ସତ୍ତ୍ୱେ ସେ ପାକିସ୍ତାନର ଅର୍ଶଦ ନଦିମଙ୍କ ପଛକୁ ଓଭରଅଲ୍‌ ଦ୍ୱିତୀୟ ସ୍ଥାନରେ ରହିଥିଲେ।

ଏହା ପୂର୍ବରୁ ଯୋଗ୍ୟତା ପର୍ଯ୍ୟାୟରେ ସେ ୮୯.୩୪ ମିଟର ଥ୍ରୋ କରି ଫାଇନାଲରେ ପ୍ରବେଶ କରିଥିଲେ। ଏହା ସେତେବେଳେ ଥିଲା ତାଙ୍କର ସିଜନ ଶ୍ରେଷ୍ଠ। ମନୁ ଭାକର ୨ଟି ବ୍ରୋଞ୍ଜ, ସ୍ବପ୍ନିଲ କୁଶାଲେ ଓ ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ଜିତିବାପରେ ରୌପ୍ୟ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି ଏହି ଜାଭେଲିନ ଷ୍ଟାର। ପାକିସ୍ତାନର ଅର୍ଶଦ ନଦିମ ପ୍ରଥମେ ଫାଉଲ କରିଥିଲେ ହେଁ ଦ୍ୱିତୀୟ ଉଦ୍ୟମରେ ଅଲିମ୍ପିକ୍‌ ରେକର୍ଡ ୯୨.୯୭ ମିଟର ଥ୍ରୋ କରି ସମସ୍ତଙ୍କୁ ପଛରେ ପକାଇ ଦେଇଥିଲେ। ପୂର୍ବରୁ ଅଲିମ୍ପିକ୍‌ ରେକର୍ଡ ଥିଲା ୯୦.୫୭ ମିଟର।

୨୦୦୮ ବେଜିଂ ଅଲିମ୍ପିକ୍ସରେ ନରଓ୍ବେର ଆନ୍ଦ୍ରିଆସ ଥୋର୍କିଲ୍ଡସନ ଏହି ରେକର୍ଡର ଅଧିକାରୀ ଥିଲେ। ଥରେ ନୁହେଁ ନଦିମ ୨ ଥର ୯୦ ମିଟର ଉପରକୁ ଥ୍ରୋ କରି ନିଜ ଦକ୍ଷତା ଦେଖାଇଥିଲେ। ସେ ନିଜ ୬ଷ୍ଠ ତଥା ଅନ୍ତିମ ଉଦ୍ୟମରେ ୯୧.୭୯ ମିଟର ଥ୍ରୋ କରିଥିଲେ। ଗ୍ରେନେଡାର ପିଟର ଆଣ୍ଡରସନ ୮୮.୫୪ ମିଟର ଥ୍ରୋ କରି ବ୍ରୋଞ୍ଜ ପଦକ ପାଇଥିଲେ। ଟୋକିଓରେ ସ୍ବର୍ଣ୍ଣ ଓ ପ୍ୟାରିସ୍‌ରେ ରୌପ୍ୟ ପଦକ ଜିତି ଅଲିମ୍ପିକ୍ସର ବ୍ୟକ୍ତିଗତ ଇଭେଣ୍ଟରେ ଏକାଧିକ ପଦକ ଜିତିବାରେ ସ୍ବାଧୀନ ଭାରତର ସବୁଠାରୁ ସଫଳ ଆଥ୍‌ଲେଟ୍‌ ବିବେଚିତ ହୋଇଛନ୍ତି ନୀରଜ।

ତାଙ୍କ ପୂର୍ବରୁ କେବଳ ପି.ଭି. ସିନ୍ଧୁ (ଗୋଟିଏ ଲେଖାଏ ରୌପ୍ୟ ଓ ବ୍ରୋଞ୍ଜ୍‌), ରେସଲର ସୁଶୀଲ କୁମାର (ଗୋଟିଏ ଲେଖାଏ ରୌପ୍ୟ ଓ ବ୍ରୋଞ୍ଜ୍‌) ଓ ଶୁଟର ମନୁ ଭାକର (୨ଟି ବ୍ରୋଞ୍ଜ) ଅଲିମ୍ପିକ୍ସରେ ୨ଟି ଲେଖାଏ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି। ହରିୟାଣାର ପାନିପଥ ନିକଟସ୍ଥ ଖଣ୍ଡ୍ରା ଗ୍ରାମର ଏହି ଆଥ୍‌ଲେଟ୍‌ ପ୍ୟାରିସ୍‌ରେ ସ୍ବର୍ଣ୍ଣିମ ସଫଳତା ପାଇ ନ ଥିଲେ ହେଁ ରୌପ୍ୟ ପଦକ ଜିତି ଭାରତୀୟ କ୍ରୀଡ଼ାପ୍ରେମୀଙ୍କ ହୃଦୟ ଜିତିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ କୋଚ୍‌ଙ୍କ ସ୍ଥାନ ନେବେ ପାର୍ଥିବ ପଟେଲ, ହେବେ ଏହି ଦଳର ବ୍ୟାଟିଂ କୋଚ୍‌…

ନୂଆଦିଲ୍ଲୀ,୨୨।୧୦: ପୂର୍ବତନ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ପାର୍ଥିବ ପଟେଲଙ୍କ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ସେ ଖୁବ୍‌ଶୀଘ୍ର ପାକିସ୍ତାନ କ୍ରିକେଟ ଦଳର ବର୍ତ୍ତମାନର...

ପନ୍ତଙ୍କୁ ନିଜର ‘ଗୁରୁ’ ମାନିଲେ ଶାମି, ଦେଲେ ବଡ଼ ବୟାନ 

ନୂଆଦିଲ୍ଲୀ,୨୨।୧୦: ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମୀ ବର୍ତ୍ତମାନ ଆହତ ସମସ୍ୟାକୁ ନେଇ ଏନ୍‌ସିଏରେ ଅଛନ୍ତି। ଦିନିକିଆ ବିଶ୍ୱକପ୍‌ ୨୦୨୩ ପରେ ସେ ମଇଦାନକୁ...

ଓ୍ବାର୍ନରଙ୍କ ବଡ଼ ଘୋଷଣା, ଭାରତକୁ ହରାଇବା ଲାଗି ସନ୍ନ୍ୟାସରୁ ନେଇପାରନ୍ତି ୟୁ-ଟର୍ନ

ନୂଆଦିଲ୍ଲୀ,୨୨।୧୦: ପ୍ରାୟ ମାସକ ପରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଖେଳାଯିବ। ୧୦ ବର୍ଷ ଧରି ପରାଜିତ ହୋଇ...

ଭାରତକୁ ବଡ଼ ଝଟ୍‌କା: କମନୱେଲଥ ଗେମ୍ସରୁ ଏହି ୫ ଖେଳକୁ ଦିଆଗଲା ବାଦ୍‌

ଗ୍ଲାସ୍‌ଗୋ,୨୨ା୧୦: କମନୱେଲଥ ଗେମ୍ସରେ ଭାରତର ପଦକ ସମ୍ଭାବନାକୁ ଏକ ବଡ଼ ଝଟ୍‌କା ଲାଗିଛି। ଆୟୋଜକ ସହର ଗ୍ଲାସ୍‌ଗୋ ୨୦୨୬ ସଂସ୍କରଣରୁ କ୍ରିକେଟ, ହକି, ବ୍ୟାଡମିଣ୍ଟନ, ରେସଲିଂ...

ପୃଥ୍ବୀ ଶ’ଙ୍କୁ ବଡ଼ ଦଣ୍ଡ ଦେଲା ବିସିସିଆଇ, ଦଳରୁ ବିଦା: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୨।୧୦: ସମୟ ଥିଲା ମୁମ୍ବାଇର ଷ୍ଟାର ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ଙ୍କ ଠାରେ ସଚିନ ତେନ୍ଦୁଲକରଙ୍କ ଝଲକ ଦେଖିବାକୁ ମିଳିଥିଲା। ଶ’ ଖୁବ କମ ବୟସରେ ଅନ୍ତର୍ଜାତୀୟ...

ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ନ୍ୟୁଜିଲାଣ୍ଡକୁ ଶକ୍ତ ଧକ୍କା

ନୂଆଦିଲ୍ଲୀ,୨୨।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ୨୪ ରୁ ୨୮ ଅକ୍ଟୋବରରେ ପୁଣେର ମହାରାଷ୍ଟ୍ର...

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା: ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୨୨।୧୦: ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ଅଷ୍ଟ୍ରେଲିଆ ଗସ୍ତ ପାଇଁ ୧୫ ଜଣିଆ ଇଣ୍ଡିଆ ଏ ଦଳ ଘୋଷଣା କରିଛି।...

ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ୍‌ ପଡ଼ିବ ହକି

ମେଲବୋର୍ନ,୨୨ା୧୦: ରାଜ୍ୟଗୋଷ୍ଠୀ କ୍ରୀଡାରୁ ହକି ଇଭେଣ୍ଟ ବାଦ ପଡିବାକୁ ଯାଉଛି। ୨୦୨୬ରେ ରାଜ୍ୟଗୋଷ୍ଠୀ କ୍ରୀଡା ଆରମ୍ଭରୁ ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ହେବାର କାର୍ଯ୍ୟକ୍ରମ ରହିଥିଲା। ତେବେ ବର୍ଦ୍ଧିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri