Categories: ଖେଳ

ସାକ୍ଷୀଙ୍କ ଭିଡିଓ ଶେୟାର ପରେ ପ୍ରତିକ୍ରିୟା ରଖିଲେ ନୀରଜ

ନୂଆଦିଲ୍ଲୀ,୨୮ା୫: ନୂତନ ସଂସଦ ଭବନ ଉଦ୍‌ଘାଟନ ଅବସରରେ ଦେଶର ପ୍ରମୁଖ ରେସ୍‌ଲରଙ୍କୁ ଦିଲ୍ଲୀ ପୋଲସର ଦୁର୍ବ୍ୟବହାରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅଲିମ୍ପିକ୍ସ ଚାମ୍ପିୟନ ନୀରଜ ଚୋପ୍ରା ଓ ପୂର୍ବତନ କ୍ରିକେଟର ମନୋଜ ତିଓ୍ବାରୀ।

ମହିଳା ମହାପଞ୍ଚାୟତ ସହିତ ଖେଳାଳିମାନେ ନୂତନ ସଂସଦ ଭବନ ସମ୍ମୁଖରେ ବ୍ୟାରିକେଡ ହଟାଇବାକୁ ପ୍ରୟାସ କରିଥିଲେ। ଏହାକୁ ନେଇ ପୋଲିସ ସମସ୍ତ ରେସ୍‌ଲରଙ୍କୁ ଘଟଣାସ୍ଥଳରୁ ହଟାଇ ଦେଇଥିଲା। ଏନେଇ ପୋଲିସ ବିରୋଧରେ ସାକ୍ଷୀ ମଲିକ୍‌ ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଥିଲେ। ଏହାକୁ ନେଇ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ନିଜର ପ୍ରତିକ୍ରିୟା ରଖିଥିଲେ। ଭିଡିଓ ଦେଖି ମୁଁ ଅତ୍ୟନ୍ତ ଦୁଃଖିତ। ଏହାକୁ ଭିନ୍ନ ଉପାୟରେ ହାତେଇ ହୋଇପାରିଥାନ୍ତା ବୋଲି ସେ ଟୁଇଟ୍‌ କରିଛନ୍ତି। ଭିଡିଓରେ ସଙ୍ଗୀତା ଓ ଭିନେଶଙ୍କୁ ପୋଲିସ ଟାଣି ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। କ୍ରିକେଟର ତଥା ଟିଏମ୍‌ସି ବିଧାୟକ ମନୋଜ ତିଓ୍ବାରୀ ଏହାକୁ ସମାଲେଚନା କରଛନ୍ତି। ଏହା କ’ଣ ଦେଶର ଆଜାଦୀ କା ଅମ୍ରିତ ମହୋତ୍ସବ। ଦେଶବାସୀ ଆପଣଙ୍କ ସହିତ ଅଛନ୍ତି ତେଣୁ ଲଢେଇ ଜାରି ରହୁ ବୋଲି ସେ କହିଛନ୍ତି।

Share