Posted inଖେଳ

ପାକିସ୍ତାନ ପୁଅ ପାଇଁ ଏମିତି କଥା କହିଦେଲେ ନୀରଜଙ୍କ ମା’: ସମସ୍ତେ କରୁଛନ୍ତି ବାଃ ବାଃ

ପାନିପତ,୯ା୮: ପ୍ୟାରିସ ଅଲିମ୍ପିକ୍ସରେ ଜାଭେଲିନ ଥ୍ରୋରେ ରୌପ୍ୟ ପଦକ ଜିତି କ୍ରମାଗତ ଦୁଇ ଅଲିମ୍ପିକ ପଦକ ଜିତିଥିବା ନୀରଜ ଚୋପ୍ରା ପ୍ରଥମ ଭାରତୀୟ ଟ୍ରାକ ଏବଂ ଫିଲ୍ଡ ଖେଳାଳି ହୋଇଛନ୍ତି। ତେବେ ଏହି ମ୍ୟାଚ୍‌ରେ ପାକିସ୍ତାନର ଅର୍ଶଦ ନଦିମ ସ୍ବର୍ଣ୍ଣ ପଦକ ଜିତି ଅଲିମ୍ପିକ୍ସରେ ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ଫଳାଫଳ ପରେ ନୀରଜ ଚୋପ୍ରାଙ୍କ ମା’ଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ସେ କହିଛନ୍ତି, ଯିଏ ସ୍ବର୍ଣ୍ଣ ପଦକ ଜିତିଛନ୍ତି ସେ ମଧ୍ୟ ଆମର ପୁଅ।
ପାନିପତରେ ରହୁଥିବା ନୀରଜ ଚୋପ୍ରାଙ୍କ ମାତା ସରୋଜ ଦେବୀ କହିଛନ୍ତି, ଆମେ ବହୁତ ଖୁସି, କାରଣ ଆମ ପାଇଁ ରୂପା ସୁନା ସହିତ ସମାନ। ଯିଏ ସୁନା ନେଇଛି ସେ ମଧ୍ୟ ଆମର ପୁଅ। ସେ କଠିନ ପରିଶ୍ରମ କରିବା ପରେ ଏହାକୁ ନେଇଛନ୍ତି। ପ୍ରତ୍ୟେକ ଖେଳାଳିଙ୍କ ଦିନ ଥାଏ। ନୀରଜ ଆହତ ହୋଇଥିଲେ, ତେଣୁ ଆମେ ତାଙ୍କ ପ୍ରଦର୍ଶନକୁ ନେଇ ଖୁସି। ଯେତେବେଳେ ସେ (ନୀରଜ ଚୋପ୍ରା) ଆସନ୍ତି, ମୁଁ ତାଙ୍କର ପ୍ରିୟ ଖାଦ୍ୟ ରାନ୍ଧିବି।

ଏହା ବ୍ୟତୀତ ନୀରଜ ଚୋପ୍ରାଙ୍କ ପିତା ସତୀଶ କୁମାରଙ୍କ ରୌପ୍ୟ ପଦକ ପାଇବାକୁ ଦେଇଥିବା ବିବୃତ୍ତି ମଧ୍ୟ ସାମ୍ନାକୁ ଆସିଛି। ସେ କହିଛନ୍ତି, ଆମେ ଚାପ ପକାଇ ପାରିବୁ ନାହିଁ। ପ୍ରତ୍ୟେକ ଆଥଲେଟର ଗୋଟିଏ ଦିନ ଅଛି, ଆଜି ପାକିସ୍ତାନୀ ଆଥଲେଟ ଅର୍ଶଦ ନଦିମଙ୍କ ଦିନ ଥିଲା, ଅର୍ଶଦ ସ୍ବର୍ଣ୍ଣ ଜିତିବାରେ ସକ୍ଷମ ହୋଇଥିଲେ। ଏହା ଅତ୍ୟନ୍ତ ଖୁସିର ବିଷୟ ଯେ ଆମେ ଦ୍ୱିତୀୟଥର ପାଇଁ ଅଲିମ୍ପିକ୍ସରେ ଜାଭେଲିନ୍‌ରେ ପଦକ ଜିତିଛୁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ କୋଚ୍‌ଙ୍କ ସ୍ଥାନ ନେବେ ପାର୍ଥିବ ପଟେଲ, ହେବେ ଏହି ଦଳର ବ୍ୟାଟିଂ କୋଚ୍‌…

ନୂଆଦିଲ୍ଲୀ,୨୨।୧୦: ପୂର୍ବତନ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ପାର୍ଥିବ ପଟେଲଙ୍କ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ସେ ଖୁବ୍‌ଶୀଘ୍ର ପାକିସ୍ତାନ କ୍ରିକେଟ ଦଳର ବର୍ତ୍ତମାନର...

ପନ୍ତଙ୍କୁ ନିଜର ‘ଗୁରୁ’ ମାନିଲେ ଶାମି, ଦେଲେ ବଡ଼ ବୟାନ 

ନୂଆଦିଲ୍ଲୀ,୨୨।୧୦: ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମୀ ବର୍ତ୍ତମାନ ଆହତ ସମସ୍ୟାକୁ ନେଇ ଏନ୍‌ସିଏରେ ଅଛନ୍ତି। ଦିନିକିଆ ବିଶ୍ୱକପ୍‌ ୨୦୨୩ ପରେ ସେ ମଇଦାନକୁ...

ଓ୍ବାର୍ନରଙ୍କ ବଡ଼ ଘୋଷଣା, ଭାରତକୁ ହରାଇବା ଲାଗି ସନ୍ନ୍ୟାସରୁ ନେଇପାରନ୍ତି ୟୁ-ଟର୍ନ

ନୂଆଦିଲ୍ଲୀ,୨୨।୧୦: ପ୍ରାୟ ମାସକ ପରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଖେଳାଯିବ। ୧୦ ବର୍ଷ ଧରି ପରାଜିତ ହୋଇ...

ଭାରତକୁ ବଡ଼ ଝଟ୍‌କା: କମନୱେଲଥ ଗେମ୍ସରୁ ଏହି ୫ ଖେଳକୁ ଦିଆଗଲା ବାଦ୍‌

ଗ୍ଲାସ୍‌ଗୋ,୨୨ା୧୦: କମନୱେଲଥ ଗେମ୍ସରେ ଭାରତର ପଦକ ସମ୍ଭାବନାକୁ ଏକ ବଡ଼ ଝଟ୍‌କା ଲାଗିଛି। ଆୟୋଜକ ସହର ଗ୍ଲାସ୍‌ଗୋ ୨୦୨୬ ସଂସ୍କରଣରୁ କ୍ରିକେଟ, ହକି, ବ୍ୟାଡମିଣ୍ଟନ, ରେସଲିଂ...

ପୃଥ୍ବୀ ଶ’ଙ୍କୁ ବଡ଼ ଦଣ୍ଡ ଦେଲା ବିସିସିଆଇ, ଦଳରୁ ବିଦା: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୨।୧୦: ସମୟ ଥିଲା ମୁମ୍ବାଇର ଷ୍ଟାର ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ଙ୍କ ଠାରେ ସଚିନ ତେନ୍ଦୁଲକରଙ୍କ ଝଲକ ଦେଖିବାକୁ ମିଳିଥିଲା। ଶ’ ଖୁବ କମ ବୟସରେ ଅନ୍ତର୍ଜାତୀୟ...

ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ନ୍ୟୁଜିଲାଣ୍ଡକୁ ଶକ୍ତ ଧକ୍କା

ନୂଆଦିଲ୍ଲୀ,୨୨।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ୨୪ ରୁ ୨୮ ଅକ୍ଟୋବରରେ ପୁଣେର ମହାରାଷ୍ଟ୍ର...

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା: ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୨୨।୧୦: ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ଅଷ୍ଟ୍ରେଲିଆ ଗସ୍ତ ପାଇଁ ୧୫ ଜଣିଆ ଇଣ୍ଡିଆ ଏ ଦଳ ଘୋଷଣା କରିଛି।...

ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ୍‌ ପଡ଼ିବ ହକି

ମେଲବୋର୍ନ,୨୨ା୧୦: ରାଜ୍ୟଗୋଷ୍ଠୀ କ୍ରୀଡାରୁ ହକି ଇଭେଣ୍ଟ ବାଦ ପଡିବାକୁ ଯାଉଛି। ୨୦୨୬ରେ ରାଜ୍ୟଗୋଷ୍ଠୀ କ୍ରୀଡା ଆରମ୍ଭରୁ ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ହେବାର କାର୍ଯ୍ୟକ୍ରମ ରହିଥିଲା। ତେବେ ବର୍ଦ୍ଧିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri