Categories: ଖେଳ

ମ୍ୟାଚ୍‌ ଛଡ଼ାଇ ନେଲେ ନିଶାମ, ଫିଲିପ୍ସ

ଶାରଜା,୫।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତୀୟ ଦଳର ସେମିଫାଇନାଲ ଆଶାକୁ ଧକ୍କା ଲାଗିଛି। ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ନାମ୍ବିଆକୁ ୫୨ ରନ୍‌ରେ ହରାଇ ଦେଇଛି ନ୍ୟୁଜିଲାଣ୍ଡ। ଏବେ ନ୍ୟୁଜିଲାଣ୍ଡ ୬ ପଏଣ୍ଟ ସହ ଅଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ନ୍ୟୁଜିଲାଣ୍ଡ ତା’ର ପରବର୍ତ୍ତୀ ତଥା ଅନ୍ତିମ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ଭେଟିବ।

ଟସ୍‌ ଠାରୁ ଆରମ୍ଭ କରି ୧୬ ଓଭର ପର୍ଯ୍ୟନ୍ତ ମ୍ୟାଚ୍‌କୁ ନିୟନ୍ତ୍ରଣରେ ରଖିଥିଲା ନାମ୍ବିଆ। ନ୍ୟୁଜିଲାଣ୍ଡ ୧୬ ଓଭରରେ ୪ ପ୍ରମୁଖ ଉଇକେଟ ହରାଇ ୯୬ ରନ୍‌ କରିଥିଲା। କିନ୍ତୁ ଅନ୍ତିମ ୪ ଓଭରରେ ମ୍ୟାଚ୍‌ର ମଙ୍ଗ ବଦଳାଇ ଦେଇଥିଲା ଗ୍ଲେନ ଫିଲିପ୍ସ ୩୫ (୧ ଚୌକା ଓ ୩ ଛକା) ଓ ଜେମ୍ସ ନିଶାମ ୩୫ (୧ ଚୌକା ଓ ୨ ଛକା)ଙ୍କ ଯୋଡ଼ି। ଦୁହେଁ ୫ମ ଉଇକେଟ ପାଇଁ ୭୭ ରନ୍‌ ଯୋଡ଼ିଥିଲେ। ଫଳରେ ନ୍ୟୁଜିଲାଣ୍ଡ ଧାର୍ଯ୍ୟ ୨୦ ଓଭରରେ ୪ ଉଇକେଟ ହରାଇ ୧୬୩ ରନ୍‌ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡର ବୋଲରମାନେ ପ୍ରତିପକ୍ଷ ବ୍ୟାଟରଙ୍କୁ ସୁଯୋଗ ଦେଇ ନ ଥିଲେ। ଫଳରେ ନାମ୍ବିଆ ୨୦ ଓଭରେ ୭ ଉଇକେଟ ୧୧୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଟିମ୍‌ ସୌଦି ଓ ଟ୍ରେଣ୍ଟ ବୋଲ୍ଟ ୨ ଲେଖାଏ ଉଇକେଟ ହାତେଇଥିଲେ।

Share