NEET ପେପର୍‌ ଲିକ ମାମଲାରେ କେନ୍ଦ୍ର ସରକାରଙ୍କୁ ଘେରିଲା ବିଜେଡି

ଭୁବନେଶ୍ୱର,୨୩।୬: ନିଟ୍‌ ପେପର୍‌ ଲିକ୍‌ ମାମଲାରେ ଜାତୀୟ ରାଜନୀତି ଉଠୁଛୁ ପଡୁଛି। ଏହାକୁ ନେଇ ବିରୋଧୀ ତୁହାକୁ ତୁହା ଟାର୍ଗେଟ କରୁଛି। ଏସବୁ ଭିତରେ ଓଡ଼ିଶାର ବିରୋଧୀ ଦଳ ନେତା ବିଜୁ ଜନତା ଦଳ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି।

ବିଜେଡି ନେତା ଦେବେଶ ଆଚାର୍ଯ୍ୟଙ୍କ ‘X’ରେ ପୋଷ୍ଟ କରି କହିଛନ୍ତି, ଏହା କେନ୍ଦ୍ର ସରକାରଙ୍କ ଏକ ସ୍ପଷ୍ଟ ବିଫଳତା। ଗୁରଚତ୍ୱପୂର୍ଣ୍ଣ ପରୀକ୍ଷାର ଅଖଣ୍ଡତା କ୍ଷୁର୍ଣ୍ଣ ହୋଇଛି। ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ସହ ସରକାର ଖେଳୁଛନ୍ତି। ଘଟଣା ପାଇଁ ଶିକ୍ଷା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ବିଜେଡି ଦାବି କରିଛି।

Share