ନୂଆଦିଲ୍ଲୀ,୧୦।୨: ଏନ୍ଇଇଟି-ପିଜି ପରୀକ୍ଷା ଧାର୍ଯ୍ୟ କାର୍ଯ୍ୟସୂଚୀ ଅନୁଯାୟୀ ମାର୍ଚ୍ଚ ୫ ତାରିଖରେ ଅନୁଷ୍ଠିତ ହେବ। ଶୁକ୍ରବାର ଲୋକ ସଭାରେ କଂଗ୍ରେସ ସଦସ୍ୟ ଗୌରବ ଗୋଗୋଇଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନ୍ସୁଖ ମାଣ୍ଡବ୍ୟ କହିଛନ୍ତି।
କେହି ଯେପରି ପରୀକ୍ଷାରୁ ବାଦ୍ ନ ପଡ଼ନ୍ତି, ସେଥିପାଇଁ ଇଣ୍ଟର୍ନଶିପ୍ ଶେଷ କରି ନ ଥିବା ସମସ୍ତ ଏମ୍ବିବିଏସ୍ ଛାତ୍ରୀଛାତ୍ରଙ୍କ ପାଇଁ କଟ୍ଅଫ୍ ତାରିଖକୁ ମନ୍ତ୍ରଣାଳୟ ବଢ଼ାଇଦେଇଛି।
ପରୀକ୍ଷା ତାରିଖ ୫ ମାସ ପୂର୍ବରୁ ଘୋଷଣା ହୋଇଛି। ଏଥିଲାଗି ପ୍ରବେଶିକା ପରୀକ୍ଷା ଦେବାକୁ ଚାହୁଁଥିବା ଛାତ୍ରୀଛାତ୍ର ପ୍ରସ୍ତୁତ ହୋଇସାରିଛନ୍ତି। ପୂର୍ବରୁ ପରୀକ୍ଷା ୭-୮ ମାସ ଓ ପରେ ୪ ମାସ ବିଳମ୍ବ ହୋଇଥିଲା। ବିଳମ୍ବ କଲେ ଏଭଳି ସ୍ଥିତି ସୃଷ୍ଟି ହେବ। ଏଣୁ ଏହାର ସମାଧାନ ହେବା ଆବଶ୍ୟକ। ଠିକ୍ ସମୟରେ ପ୍ରବେଶିକା ପରୀକ୍ଷା କରାଇବା ଅତ୍ୟନ୍ତ ଜରୁରୀ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।