ଭୁବନେଶ୍ୱର,୨୦।୨(ବ୍ୟୁରୋ): ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ହେଉଥିବା ନ୍ୟାଶନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ବା ଏନ୍ଇଇଟି ପିଜି ୨୦୨୩ ପ୍ରବେଶିକା ପରୀକ୍ଷା ମାର୍ଚ୍ଚ ୫ରେ ଅନୁଷ୍ଠିତ ହେବ। ନ୍ୟାଶନାଲ ବୋର୍ଡ ଅଫ୍ ଏକ୍ଜାମିନେଶନ(ଏନ୍ବିଇ) ଦ୍ୱାରା ପରିଚାଳିତ ଏହି ପରୀକ୍ଷା ପାଇଁ ଜାନୁୟାରୀ ୭ରୁ ୨୭ ତାରିଖ ମଧ୍ୟରେ ଛାତ୍ରୀଛାତ୍ର ଆବେଦନ କରିଥିଲେ। ଏବେ ଛାତ୍ରୀଛାତ୍ରଙ୍କୁ ଆବେଦନ ଫର୍ମରେ ଏଡିଟ୍ ବା ସଂଶୋଧନ କରିବା ପାଇଁ ସୁଯୋଗ ଦିଆଯାଇଛି। ୧୮ତାରିଖରୁ ଆରମ୍ଭ ହୋଇଥିବା ଏହି ସଂଶୋଧନ ପ୍ରକ୍ରିୟା ୨୦ ତାରିଖରେ ଶେଷ ହେବ। ସୋମବାର ରାତି ୧୧ଟା ୫୫ ମଧ୍ୟରେ ଏନ୍ବିଇର ଅଫିସିଆଲ ଓ୍ବେବ୍ସାଇଟ୍ natboard.edu.inକୁ ଯାଇ ଛାତ୍ରୀଛାତ୍ର ନିଜ ଆବେଦନ ଫର୍ମରେ ଆବଶ୍ୟକ ଏଡିଟ୍ କରିପାରିବେ। ଏହାପରେ ସେମାନଙ୍କୁ ଆଉ ସୁଯୋଗ ଦିଆଯିବ ନାହିଁ। ଏଠାରେ ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୫ରେ ହେବାକୁ ଥିବା ଏନ୍ଇଇଟି ପିଜି ୨୦୨୩କୁ ସ୍ଥଗିତ ରଖିବା ପାଇଁ ବହୁ ଛାତ୍ରୀଛାତ୍ର ଓ ବିଶେଷଜ୍ଞମାନେ ଦାବିକରି ଆସୁଛନ୍ତି।