Categories: ଜାତୀୟ

ନିଟ୍‌-ପିଜି କାଉନ୍‌ସେଲିଂ ୨୦୨୧: ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୭।୧: ନିଟ୍‌-ପିଜି କାଉନ୍‌ସେଲିଂ ୨୦୨୧କୁ ସୁପ୍ରିମକୋର୍ଟ ସବୁଜ ସଙ୍କେତ ଦେଇଛନ୍ତି। ଓବିସି ପାଇଁ ୨୭ ପ୍ରତିଶତ ସଂରକ୍ଷଣକୁ ମଧ୍ୟ ସୁପ୍ରିମକୋର୍ଟ ଅନୁମୋଦନ କରିଛନ୍ତି। ଏଥି ସହିତ, ଇଡବ୍ଲ୍ୟୁଏସ୍‌ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଚଳିତ ବର୍ଷ କାର୍ଯ୍ୟକାରୀ ହେବ। ତେବେ ଭବିଷ୍ୟତରେ ଏହି କୋଟା ଜାରି ରହିବ କି ନାହିଁ ତାହା ସୁପ୍ରିମକୋର୍ଟ ନିଷ୍ପତ୍ତି ନେବେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଅନୁଷ୍ଠିତ ହେବ। ରେଜିଡେଣ୍ଟ ଡାକ୍ତରଙ୍କୁ ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୁଡ୍‌ ଏବଂ ଏଏସ ବୋପାନ୍ନାଙ୍କ ଦ୍ୱାରା ଗଠିତ ଏକ ବେଞ୍ଚ ଏହି ରାୟ ଦେଇଛନ୍ତି। ଦୁଇ ଦିନର ଶୁଣାଣି ପରେ ଜାତୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ନିଟ୍‌ କାଉନସେଲିଂ ଶୀଘ୍ର ଆରମ୍ଭ ହେବା ଉଚିତ ବୋଲି ବେଞ୍ଚ କହିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟରେ ଏହି ମାମଲା ହେତୁ ନିଟ୍‌-ପିଜି ପାଠ୍ୟକ୍ରମ ପାଇଁ କାଉନସେଲିଂ ସ୍ଥଗିତ ରଖାଯାଇଛି।

Share