Categories: ଜାତୀୟ

NEET PG CUT OFF LIST-2023: ଜାରି ହେବା ପରେ ଅଣ୍ଡା ଦେଖାଇଲେ ଉଦୟାନିଧି ,ଦେଖନ୍ତୁ ଭାଇରାଲ ଭିଡିଓ……

ଚେନ୍ନାଇ,୨୧।୧୦ : ତାମିଲନାଡୁ ମନ୍ତ୍ରୀ ତଥା ଡିଏମକେ ନେତା ଉଦୟାନିଧି ଷ୍ଟାଲିନ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ଏନଇଇଟି) ପିଜି କଟ ଅଫ ପ୍ରତିଶତ ହ୍ରାସ କରି ଶୂନ କରିବା ପ୍ରସଙ୍ଗରେ କଟାକ୍ଷ କରିଛନ୍ତି। ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ଷ୍ଟାଲିନ ମଧ୍ୟ ଶୂନକୁ ପ୍ରତିନିଧିତ୍ୱ କରିବା ପାଇଁ ଏନଇଇଟି ଲେଖାଥିବା ଏକ ଅଣ୍ଡା ଜନତାଙ୍କୁ ଦେଖାଇଛନ୍ତି। ଅଣ୍ଡା ପାଇଁ ବ୍ୟବହୃୃତ ହେଉଥିବା ତାମିଲ ଶବ୍ଦ ମୁତାଇର ଅର୍ଥ ହେଉଛି ଶୂନ। ଏହାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ବାସ୍ତବରେ, ଉଦୟାନିଧି ଚେନ୍ନାଇରେଏନଇଇଟି ବିରୋଧରେ ଏକ ମେଗା ଦସ୍ତଖତ ଅଭିଯାନ ଆରମ୍ଭ କରିବାକୁ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ। ଏନଇଇଟି ପରୀକ୍ଷା ବିରୋଧରେ ଏକ ଅଭିଯାନ ୫୦ ଦିନ ଧରି ସାରା ରାଜ୍ୟରେ ଚାଲିବ ଏବଂ ୫୦ ଲକ୍ଷ ଦସ୍ତଖତ ସଂଗ୍ରହ କରାଯିବ।

ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଡିଏମକେ ମୁଖ୍ୟ ଏମ.କେ ଷ୍ଟାଲିନଙ୍କ ପ୍ରଥମ ଦସ୍ତଖତ ସହିତ ଏହି ଅଭିଯାନ ଆରମ୍ଭ ହୋଇଥିଲା। ଏହି ଦସ୍ତଖତ ଅଭିଯାନର ଏକ ଅଂଶ ଉଭୟ ଅନଲାଇନ ଏବଂ ପୋଷ୍ଟକାର୍ଡ ମାଧ୍ୟମରେ କରାଯାଇପାରିବ। ମନ୍ତ୍ରୀ କହିଛନ୍ତି ସମସ୍ତ ଦସ୍ତଖତ ସଂଗ୍ରହ ହେବା ପରେ ଏହାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଯିବ।

ଏହି ସମୟରେ, ୨୦୨୧ରେ ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟ ଉଦୟାନିଧି କେନ୍ଦ୍ର ସରକାରଙ୍କ ଏମ୍ସ ମଦୁରାଇ ପ୍ରକଳ୍ପକୁ ଟାର୍ଗେଟ କରି ବର୍ଷ ବର୍ଷ ଧରି ବିଚାରାଧୀନ ଥିବା ଏହି ପ୍ରକଳ୍ପ ସମ୍ପର୍କରେ ସରକାରଙ୍କ ବିରୋଧରେ ଅଭିଯୋଗ ମଧ୍ୟ ଆଣିଥିଲେ। ନିର୍ବାଚନରେ ଏହି ପ୍ରସଙ୍ଗ ବେଶ ସରଗରମ ହୋଇଥିଲା। ନିର୍ବାଚନ ପ୍ରଚାରରେ ସେ ଏହାର ମୂଳଦୁଆ ଭାବେ ଏମ୍ସ ଲେଖାଥିବା ଏକ ଲାଲ ଇଟା ବ୍ୟବହାର କରିଥିଲେ। ଏହି ଫଟୋ ମଧ୍ୟ ଭାଇରାଲ ହୋଇଥିଲା।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୨୦ରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସମସ୍ତ ବର୍ଗର କାଉନସେଲିଂ ପାଇଁ ଯୋଗ୍ୟତା ମାନଦଣ୍ଡ ହ୍ରାସ କରିଥିଲେ। ଏହି ନିଷ୍ପତ୍ତି ବିରୋଧରେ ଡିଏମକେର ଯୁବ ୱିଙ୍ଗ, ମେଡିକାଲ ୱିଙ୍ଗ ଏବଂ ଷ୍ଟୁଡେଣ୍ଟ ୱିଙ୍ଗ ଏକ ଅଭିଯାନ ଆରମ୍ଭ କରିଥିଲେ।

 

Share