NEET-PG Entrance Exam Fees Latest Update: ଆସିଲା ଖୁସି ଖବର,ଏବେ ଦେବାକୁ ପଡ଼ିବ ଏତିକି ଟଙ୍କା…

ନୂଆଦିଲ୍ଲୀ,୧।୨ : ଏନଇଇଟି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଯୁବବର୍ଗମାନଙ୍କ ପାଇଁ ଏକ ଖୁସି ଖବର ଅଛି। ଆବେଦନ ଶୁଳ୍କ ସମ୍ପର୍କରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ବାସ୍ତବରେ ଦେୟ ହ୍ରାସ କରାଯାଇଛି । ୨୦୨୪ ମସିହାରେ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରୁଥିବାବେଳେ ଆବେଦନକାରୀଙ୍କୁ କମ ଦେୟ ଦେବାକୁ ପଡିବ।

ଡାକ୍ତରୀ ପାଠ୍ୟକ୍ରମ ପାଇଁ ନ୍ୟାଶନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ-ପୋଷ୍ଟ ଗ୍ରାଜୁଏଟ (NEET-PG) ପରୀକ୍ଷା ପାଇଁ ଆବେଦନକାରୀଙ୍କ ସଂଖ୍ୟା ବଢୁଥିବା ଦୃଷ୍ଟିରୁ ନ୍ୟାଶନାଲ ପରୀକ୍ଷା ବୋର୍ଡ (NBEMS) ଏହି ନିଷ୍ପତ୍ତି ନେଇଛି। ବୋର୍ଡ ଦ୍ୱାରା ଫି ହ୍ରାସ ସମ୍ପର୍କରେ ଏକ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି।

ନୂତନ ନିର୍ଦ୍ଦେଶ ଅନୁଯାୟୀ, NEET-PG ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ପାଇଁ ଦେୟ ପ୍ରାୟ ୭୫୦ ଟଙ୍କା ହ୍ରାସ କରାଯାଇଛି। ବର୍ତ୍ତମାନ ଆବେଦନକାରୀଙ୍କୁ ୩୫୦୦ ଟଙ୍କା ଫି ଦେବାକୁ ପଡିବ। ୨୦୧୩ ରେ, ଜେନେରାଲ ଏବଂ ଓବିସି ବର୍ଗଗୁଡିକ ପାଇଁ ଆବେଦନ ଫି ୩୭୫୦ ଟଙ୍କା ଥିଲା, ଯାହାକି ୨୦୨୧ ରେ ବୃଦ୍ଧି କରାଯାଇଥିଲା ।

୨୦୨୧ ମସିହାରେ ଆବେଦନକାରୀଙ୍କ ଠାରୁ ୪୨୫୦ ଟଙ୍କା ଫି ସଂଗ୍ରହ କରାଯାଇଥିଲା, କିନ୍ତୁ ବର୍ତ୍ତମାନ ଏହି ଫି ଜାନୁୟାରୀ ୨୦୨୪ ରେ ହ୍ରାସ କରାଯାଇଛି। ବର୍ତ୍ତମାନ ଆବେଦନକାରୀଙ୍କୁ କେବଳ ୩୫୦୦ ଟଙ୍କା ଦେବାକୁ ପଡିବ। ୨୦୧୩ ରେ, ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ଏବଂ ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କୁ ୨୭୫୦ ଟଙ୍କା ଦେବାକୁ ପଡୁଥିଲା, ଯାହା ୨୦୨୧ରେ ୩୨୫୦ ଟଙ୍କାକୁ ବୃଦ୍ଧି ପାଇଥିଲା, କିନ୍ତୁ ବର୍ତ୍ତମାନ ଏହା ମଧ୍ୟ ଜାନୁଆରୀ ୨୦୨୪ ରେ ୨୫୦୦ ଟଙ୍କାକୁ ହ୍ରାସ କରାଯାଇଛି।

ଅଫିସିଆଲ ୱେବସାଇଟ natboard.edu.in ରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ NEET PG ପ୍ରବେଶିକା ପରୀକ୍ଷା ୭ ଜୁଲାଇ ୨୦୨୪ ରେ ଅନୁଷ୍ଠିତ ହେବ। ପୂର୍ବରୁ ଏହି ପରୀକ୍ଷା ମାର୍ଚ୍ଚରେ ଅନୁଷ୍ଠିତ ହେବାକୁ ଥିଲା, କିନ୍ତୁ କିଛି କାରଣରୁ ପରୀକ୍ଷା ଜୁଲାଇ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। NEET UG ପାଇଁ ପରୀକ୍ଷା ୫ ମେ ୨୦୨୪ ରେ ଅନୁଷ୍ଠିତ ହେବ, ଯେଉଁଥି ପାଇଁ ଫେବୃଆରୀ ମାସରେ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ।

ବର୍ତ୍ତମାନ NEET MDS 2024 ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। ଆବେଦନ କରିବାର ଶେଷ ତାରିଖ ହେଉଛି ୧୯ ଫେବୃଆରୀ। ଏହି ପରୀକ୍ଷା ୧୮ ମାର୍ଚ୍ଚ ୨୦୨୪ ରେ ଅନୁଷ୍ଠିତ ହେବ। ମାର୍ଚ୍ଚ ୧୩ ସୁଦ୍ଧା ଆଡମିଟ କାର୍ଡ ପ୍ରଦାନ କରାଯିବ। ଏପ୍ରିଲ ୧୫ ପରେ ଫଳାଫଳ ପ୍ରକାଶ ପାଇବ ।

 

Share