Posted inଜାତୀୟ

ଏନ୍‌ଇଇଟି ରେଜଲ୍ଟ ବିଭ୍ରାଟ: ସିବିଆଇ ତଦନ୍ତ, ପୁନଃ ପରୀକ୍ଷା ଦାବି

ନୂଆଦିଲ୍ଲୀ,୯ା୬: ଏନ୍‌ଇଇଟି-ୟୁଜି ପରୀକ୍ଷା ଫଳରେ ଅନିୟମିତତାକୁ ନେଇ ଅନେକ ବିବାଦ ମୁଣ୍ଡ ଟେକିଥିବାବେଳେ ଏହାର ସିବିଆଇ ତଦନ୍ତ ଏବଂ ପୁନଃ ପରୀକ୍ଷା ପାଇଁ ଅନେକ ଛାତ୍ରୀଛାତ୍ର ଦାବି କରିଛନ୍ତି। ପରୀକ୍ଷାରେ ୬୭ ଜଣ ଛାତ୍ରୀଛାତ୍ର ୭୨୦ରୁ ୭୨୦ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ର଼୍ୟାଙ୍କ୍‌ ଓ୍ବାନ୍‌ରେ ଆସିବା ପ୍ରଥମ ଘଟଣା। କେତେକ ପରୀକ୍ଷା କେନ୍ଦ୍ରର ଛାତ୍ରୀଛାତ୍ରୀଙ୍କୁ କ୍ଷତିପୂରଣ ମାର୍କ ଦିଆଯିବା ମଧ୍ୟ ଅନ୍ୟତମ ପ୍ରଥମ ଘଟଣା। ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ବିବାଦ ଘେରକୁ ଆସିଛି। ପୂର୍ବରୁ ଏନ୍‌ଇଇଟି-ୟୁଜି ପରୀକ୍ଷାରେ ଜଣେ କିମ୍ବା ୨ ଜଣ ଟପ୍ପର ହେଉଥିଲେ। ଏଥର ଏକସଙ୍ଗେ ୬୭ ପିଲା ୭୨୦ରୁ ୭୨୦ ନମ୍ବର ରଖି ୯୯.୯୯୭୧୨୯ ପର୍ସେଣ୍ଟାଇଲ୍‌ ସହ ଟପ୍ପର ହେଲେ କିପରି ବୋଲି ପ୍ରଶ୍ନ ଉଠିଛି। ତେଣୁ ମେ’ ୫ରେ ହୋଇଥିବା ଏହି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗ ହେଉଥିବାବେଳେ ଏନ୍‌ଟିଏ ଏହାକୁ ଖଣ୍ଡନ କରିଛି। ରେଜଲ୍ଟ ଅନିୟମିତତାକୁ ନେଇ ନ୍ୟାଶନାଲ ଷ୍ଟୁଡେଣ୍ଟ ୟୁନିୟନ ଅଫ୍‌ ଇଣ୍ଡିଆ (ଏନ୍‌ଏସ୍‌ୟୁଆଇ)ର ସଦସ୍ୟମାନେ ଶନିବାର ଭୋପାଳରେ ଏନ୍‌ଟିଏ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରେଜଲ୍ଟ ବିଭ୍ରାଟକୁ ନେଇ ସୁପ୍ରିମକୋର୍ଟ ସମେତ ବିଭିନ୍ନ ଅଦାଲତରେ ପିଟିଶନ ଦାଏର ହୋଇଛି। ଲୋକ ସଭା ନିର୍ବାଚନ ଫଳ ପ୍ରକାଶ ଦିନ ଏନ୍‌ଇଇଟି ରେଜଲ୍ଟ ବାହାରିବାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ତେବେ ତରବରରେ ପରୀକ୍ଷା ଫଳ ଘୋଷଣାକୁ ମଧ୍ୟ ଏନ୍‌ଟିଏ ଖଣ୍ଡନ କରିଛି। ତେବେ ଏସବୁର ସିବିଆଇ ତଦନ୍ତ କରାଗଲେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ଅନେକ ଛାତ୍ରୀଛାତ୍ର ଓ ସେମାନଙ୍କ ଅଭିଭାବକ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଣିଶୁଣି ଯୁବରାଜଙ୍କ କ୍ୟାରିୟର ଖରାପ କରିଥିଲେ କୋହଲି: ସାଂଘାତିକ ଅଭିଯୋଗ ଆଣିଲେ ପୂର୍ବତନ କ୍ରିକେଟର୍‌

ନୂଆଦିଲ୍ଲୀ,୧୦।୧: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ରବିନ ଉଥପ୍ପା ନିକଟରେ ଏକ ବୟାନ ଦେଇଛନ୍ତି, ଯାହା କ୍ରିକେଟ ଜଗତରେ ଏକ ଚାଞ୍ଚଲ୍ୟ ସୃଷ୍ଟି କରିଛି।...

ଏହି ଷ୍ଟକ୍‌ ବ୍ରୋକର୍‌ ନେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାକ୍ଷାତକାର, ଜାତୀୟ ରାଜନୀତିରେ ହଇଚଇ!

ନୂଆଦିଲ୍ଲୀ,୧୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୋଡକାଷ୍ଟ ଜଗତରେ ପାଦ ଦେଇଛନ୍ତି। ମୋଦି ସମ୍ପ୍ରତି ଉଦ୍ୟୋଗୀ ନିଖିଲ କାମଥଙ୍କୁ ଏକ ସାକ୍ଷାତକାର ଦେଇଛନ୍ତି। ଏହା ଜେରୋଧାର ସହ-ପ୍ରତିଷ୍ଠାତା...

ଭାରତ ସରକାରଙ୍କ ମୁଣ୍ଡବିନ୍ଧା ବଢାଇଲେ ୟୁନୁସ, ଶେଖ ହାସିନାଙ୍କୁ ନେଇ ଦେଇଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୧:ଶେଖ ହାସିନାଙ୍କୁ ନେଇ ଭାରତ ସରକାର ନିଷ୍ପତ୍ତି ନେବା ପରେ ଆଖି ଦେଖାଇଛନ୍ତି ୟୁନୁସ ସରକାର। ବାଂଲାଦେଶର ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର ଶେଖ ହାସିନାଙ୍କ...

କୌଣସି ଜାତିକୁ ଓବିସି ଲିଷ୍ଟରେ କେମିତି ଯୋଡାଯାଏ? ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୧୦।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଏବେ ମାତ୍ର ୨୬ ଦିନ ବାକି ଅଛି। କିନ୍ତୁ ଏହା ପୂର୍ବରୁ ରାଜଧାନୀ ଦିଲ୍ଲୀରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି।...

ଇତିହାସ ହୋଇପାରେ ‘ଇଣ୍ଡିଆ’

୨୦୨୪ ଲୋକ ସଭା ନିର୍ବାଚନରେ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନ୍‌ଡିଏ)କୁ କେନ୍ଦ୍ରରେ କ୍ଷମତାଚ୍ୟୁତ କରିବା ପାଇଁ ଏହାର ପ୍ରାୟ ୧୦ ମାସ ପୂର୍ବରୁ ବିରୋଧୀ...

ମହାରାଷ୍ଟ୍ର, ମଧ୍ୟପ୍ରଦେଶ ପରେ ଦିଲ୍ଲୀରେ ଏହି ସ୍କିମ୍‌ ଆଣିପାରେ ଭାଜପା: ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭୋଟରମାନଙ୍କୁ ପ୍ରଲୋଭିତ କରିବା ପାଇଁ ଶାସକ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ଏବଂ ବିରୋଧୀ ଭାଜପା ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଜୋର୍‌ଦାର...

ଗୋଦାମରେ ସଢ଼ୁଛି ୯ ଲକ୍ଷ କୁଇଣ୍ଟାଲ ଖାଦ୍ୟଶସ୍ୟ

ଭୋପାଳ, ୯ା୧: ସରକାରୀ ବ୍ୟବସ୍ଥାରେ ଅବହେଳା ଯୋଗୁ ମଧ୍ୟପ୍ରଦେଶର ଡିଣ୍ଡୋରି ସହରରେ ଥିବା ସରକାରୀ ଗୋଦାମଗୁଡ଼ିକରେ ୯ ଲକ୍ଷ କୁଇଣ୍ଟାଲର ଖାଦ୍ୟଶସ୍ୟ ସଢ଼ି ନଷ୍ଟ ହୋଇଛି।...

ଶମ୍ଭୁ ସୀମାରେ ଚାଷୀଙ୍କ ଆତ୍ମହତ୍ୟା

ପଟିଆଲା,୯।୧:ପଞ୍ଜାବ-ହରିୟାଣାର ଶମ୍ଭୁ ସୀମାରେ ଆନ୍ଦୋଳନରତ ଜଣେ ମଧ୍ୟବୟସ୍କ ଚାଷୀ ଗୁରୁବାର ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ପଟିଆଲ ହସ୍ପିଟାଲ ନିଆଯାଇଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri