Categories: ଜାତୀୟ

ସେପ୍ଟେମ୍ବର ୧୨ରେ ନିଟ୍‌(ୟୁଜି) ପରୀକ୍ଷା

ନୂଆଦିଲ୍ଲୀ,୧୨।୭: ସେପ୍ଟେମ୍ବର ୧୨ତାରିଖରେ ହେବ ନିଟ୍‌ (ଏନ୍‌ଇଇଟି ୟୁଜି) ପରୀକ୍ଷା। କୋଭିଡ୍‌ ଗାଇଡ୍‌ଲାଇନ ଅନୁଯାୟୀ ପରୀକ୍ଷା କରାଯିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଏହି ସୂଚନା ଦେଇଛନ୍ତି ।

ଶିକ୍ଷାମନ୍ତ୍ରୀ ପ୍ରଧାନ ଟୁଇଟ୍‌ କରି ଆସନ୍ତା ସେପ୍ଟେମ୍ବର ୧୨ରେ ନିଟ୍‌ (ୟୁଜି) ପରୀକ୍ଷା ହେବ। ଏନେଇ ମଙ୍ଗଳବାର ଅପରାହ୍ନ ୫ଟାରୁ ଆବେଦନ ପ୍ରକ୍ରିୟା ଏନ୍‌ଟିଏ ଓ୍ବେବସାଇଟରେ ଆରମ୍ଭ ହେବ। ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଗହଳି କମାଇବାକୁ ଅଧିକ ସଂଖ୍ୟକ ସହରରେ ପରୀକ୍ଷା କେନ୍ଦ୍ର ଆୟୋଜନ କରାଯିବ। ଗତ ବର୍ଷ ୧୫୫ଟି ସହରରେ ଏହି ପରୀକ୍ଷାର ଆୟୋଜନ କରାଯାଇଥିବା ବେଳେ ଚଳିତ ବର୍ଷ ୧୯୮ଟି ସହରରେ ପରୀକ୍ଷା କେନ୍ଦ୍ର କରାଯିବ। ସେହିପରି ୨୦୨୦ରେ ୩୮୬୨ଟି କେନ୍ଦ୍ରରେ ପରୀକ୍ଷା କରାଯାଇଥିବା ବେଳେ ୨୦୨୧ରେ ପରୀକ୍ଷା କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯିବ ବୋଲି ସୂଚନା ଦେଇଛନ୍ତି ।

Share