Advertisement

ଏନ୍‌ଇଇଟିରେ ଅନିୟମିତତା: ସାନି ପରୀକ୍ଷା କରିବାକୁ ଛାତ୍ରୀଛାତ୍ର, ଅଭିଭାବକଙ୍କ ଦାବି

ନୂଆଦିଲ୍ଲୀ,୬ା୬: ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ହେଉଥିବା ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍‌ଇଇଟି-ୟୁଜି) ଫଳାଫଳ ପ୍ରକାଶ ପାଇବାର ଦିନକ ପରେ ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ସର୍ବଭାରତୀୟ ର଼୍ୟାଙ୍କ ୧ରେ ଥିବା ୬୭ଜଣ ଛାତ୍ରୀଛାତ୍ରଙ୍କୁ ୭୨୦ରୁ ୭୨୦ ନମ୍ବର ଦିଆଯାଇଥିବା ଜଣାପଡ଼ିବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ପରୀକ୍ଷାରେ ଥିବା ତ୍ରୁଟି, ସମ୍ଭାବ୍ୟ ଅସାଧୁ ଉପାୟ, ଗ୍ରେସ୍‌ ମାର୍କର ଅସ୍ପଷ୍ଟ କାର୍ଯ୍ୟକାରିତା ଏବଂ ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗକୁ ନେଇ ଅଧିକାଂଶ ମେଡିକାଲ ଶିକ୍ଷା ଆଶାୟୀ ଏବଂ ସେମାନଙ୍କ ଅଭିଭାବକ ପ୍ରଶ୍ନ ଉଠାଇଛନ୍ତି। ନିଟ୍‌ ପରୀକ୍ଷାକୁ ବାତିଲ କରାଯାଉ କିମ୍ବା ପୁନର୍ବାର ପରୀକ୍ଷା କରାଯିବାକୁ ଛାତ୍ରୀଛାତ୍ର ଓ ସେମାନଙ୍କ ଅଭିଭାବକ ଦାବି କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share