ନୂଆଦିଲ୍ଲୀ,୨୩।୧୧: ଜାତୀୟ ମେଡିକାଲ କମିଶନ (NMC) ଆଣିଲା ନୂଆ ଗାଇଡଲାଇନ। ଦ୍ୱାଦଶ ଶ୍ରେଣୀରେ ଯେକୌଣସି ମାନ୍ୟତା ପ୍ରାପ୍ତ ବୋର୍ଡରୁ ବାୟୋଲୋଜି କିମ୍ବା ବାୟୋଟେକ୍ନୋଲୋଜିକୁ ଅତିରିକ୍ତ ବିଷୟ ରଖି ପାସ କରିଥିଲେ ଡାକ୍ତରୀ ପଢ଼ି ପାରିବେ। ଏନଏମସି ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ପରିକ୍ଷାର୍ଥୀମାନେ ଫିଜିକ୍ସ, କେମେଷ୍ଟ୍ରି, ବାୟୋଲୋଜି/ବାୟୋଟେକ୍ନୋଲୋଜି ଏବଂ ଇଂରାଜୀକୁ ଅତିରିିକ୍ତ ବିଷୟ ରଖି ଉତ୍ତୀର୍ଣ୍ଣ ହୋଇଥିଲେ ଦେଶରେ ଏମବିବିଏସ ଓ ବିଡିଏସ ପାଠ୍ୟକ୍ରମ ଲାଗି ହେଉଥିବା NEET-UG ଟେଷ୍ଟ ଦେଇପାରିବେ ।
ଏଥିସହ ପରିକ୍ଷାର୍ଥୀଙ୍କୁ ଏଲିଜିବିିଲିଟି ସାର୍ଟିଫିକେଟ ମଧ୍ୟ ଏନଏମସି ପକ୍ଷରୁ ଯୋଗାଇ ଦିଆଯିବ । ଯାହାଦ୍ୱାରା ପରିକ୍ଷାର୍ଥୀ ବିଦେଶରେ ବି ଅଣ୍ଡରଗ୍ରାଜୁଏଟ ମେଡିକାଲ ପାଠ୍ୟକ୍ରମ ପଢ଼ି ପାରିବେ।
ସୂଚନାଯୋଗ୍ୟ, ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପୂର୍ବରୁ ଇଂରାଜୀ ସହ ଫିଜିକ୍ସ, କେମେଷ୍ଟ୍ରି, ବାୟୋଲୋଜି/ବାୟୋଟେକ୍ନୋଲୋଜି ପଡିବା ଅନିବାର୍ଯ୍ୟ ଥିଲା। ଦ୍ୱାଦଶ ଉତ୍ତୀର୍ଣ୍ଣ ପରେ ଅତିରିିକ୍ତ ବିଷୟ ଭାବେ ବାୟୋଲୋଜି, ବାୟୋଟେକ୍ନୋଲୋଜି କିମ୍ବା ଅନ୍ୟ ବିଷୟ ରଖିବାକୁ ଅନୁମତି ଦିଆଯାଉ ନ ଥିଲା । ଏବେ ଉକ୍ତ କଟକଣାକୁ ଏନଏମସି ଉଠାଇ ଦେଇଛି । ଫଳରେ ଦଶମ ଓ ଦ୍ୱାଦଶରେ ବାୟୋଲୋଜି, ବାୟୋଟେକ୍ନୋଲୋଜି ରଖି ନ ଥିବା ଆଶାୟୀ ଏଣିକି ଡାକ୍ତରୀ ପାଠ ପଢ଼ିବାର ସୁଯୋଗ ପାଇ ପାରିବେ।