Posted inଜାତୀୟ

ଏନ୍‌ଇଇଟି-ୟୁଜି: ପ୍ରଶ୍ନପତ୍ର ଚୋରି କରିଥିବା ଇଞ୍ଜିନିୟର ଗିରଫ

ନୂଆଦିଲ୍ଲୀ,୧୭ା୭ : ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଟ୍ରଙ୍କ୍‌ରୁ ଏନ୍‌ଇଇଟି-ୟୁଜି ପ୍ରଶ୍ନପତ୍ର ଚୋରି କରିଥିବା ମୁଖ୍ୟ ଅଭିଯୁକ୍ତଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମଙ୍ଗଳବାର ପାଟନାରୁ ଗିରଫ କରିଛି। ଚୋରିରେ ତାଙ୍କୁ ସହଯୋଗ କରିଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ହଜାରିବାଗ୍‌ରୁ ଗିରଫ କରାଯାଇଛି। ପ୍ରଶ୍ନପତ୍ର ଚୋରି କରିଥିବା ପଙ୍କଜ କୁମାର ଓରଫ ଆଦିତ୍ୟ ୨୦୧୭ରେ ଏନ୍‌ଆଇଟି ଜାମଶେଦପୁରରୁ ସିଭିଲ୍‌ ଇଞ୍ଜିନିୟରିଂ କରିଥିଲେ। ରାଜୁ ସିଂ ଲିକ୍‌ ପ୍ରଶ୍ନପତ୍ରଗୁଡ଼ିକୁ ବିଭିନ୍ନ ସ୍ଥାନକୁ ପଠାଇଥିବା ଅଭିଯୋଗ ହୋଇଛି। ଏହି ୨ ଜଣ ଗିରଫଙ୍କୁ ମିଶାଇ ସିବିଆଇ ବର୍ତ୍ତମାନ ସୁଦ୍ଧା ଏନ୍‌ଇଇଟି-ୟୁଜି ଅନିୟମିତତା ମାମଲାରେ ୧୪ ଜଣଙ୍କୁ ଗିରଫ କଲାଣି।

ପଙ୍କଜଙ୍କ ଘର ବୋକାରୋ ହୋଇଥିବାବେଳେ ସେ ହଜାରିବାଗ୍‌ରେ ଏନ୍‌ଟିଏ ଟ୍ରଙ୍କରୁ ପ୍ରଶ୍ନପତ୍ର ଚୋରି କରିଥିଲେ। କିଛିଦିନ ପୂର୍ବରୁ ସିବିଆଇ ପେପର ଲିକ୍‌ ପଛର ମାଷ୍ଟରମାଇଣ୍ଡ ରାକେଶ ରଞ୍ଜନ ଓରଫ ରକିଙ୍କୁ ଗିରଫ କରିବା ପରେ ତଦନ୍ତରେ ଉଲ୍ଲେଖନୀୟ ସଫଳତା ମିଳିଥିଲା। ନାଳନ୍ଦା ଜିଲାର ରକି ଏନ୍‌ଇଇଟି ପ୍ରଶ୍ନପତ୍ର ପାଇବା ପରେ ସେଗୁଡ଼ିକର ସମାଧାନ କରାଇ ଏମ୍‌ବିବିଏସ୍‌ ଆଶାୟୀମାନଙ୍କ ମଧ୍ୟରେ ପ୍ରସାର କରାଉଥିଲେ। ସିବିଆଇ ତାଙ୍କୁ ୧୦ ଦିନ ରିମାଣ୍ଡରେ ନେଇ ଜେରା କରୁଛି।
ହଜାରିବାଗ୍‌ର ଓଏସିସ୍‌ ସ୍କୁଲ୍‌ରୁ ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା। ଏସ୍‌ବିଆଇ ହଜାରିବାଗରୁ ବିଭିନ୍ନ କେନ୍ଦ୍ରକୁ ୯ ସେଟ୍‌ ପ୍ରଶ୍ନପତ୍ର ପଠାଯାଇଥିଲା। ଓଏସିସ୍‌ ସ୍କୁଲ୍‌ରେ ପହଞ୍ଚତ୍ଥିବା ଦୁଇ ସେଟ୍‌ ପ୍ରଶ୍ନପତ୍ରର ସିଲ୍‌ ଖୋଲାଯାଇଥିଲା। ତେବେ ଏ ସମ୍ପର୍କରେ ସ୍କୁଲ୍‌ ଷ୍ଟାଫ୍‌ ଉପରିସ୍ଥ କର୍ତ୍ତୃପକ୍ଷଙ୍କୁ ନ ଜଣାଇ ଚୁପ୍‌ ରହିଥିଲେ। ତେଣୁ ପ୍ରଶ୍ନପତ୍ର ଲିକ୍‌ ସହ ସ୍କୁଲ୍‌ର ଶିକ୍ଷକ ଓ କର୍ମଚାରୀମାନଙ୍କ ହାତ ଥିବା ସ୍ପଷ୍ଟ ହୋଇଛି।

ପାଟନାର ଲର୍ନ ଆଣ୍ଡ ପ୍ଲେ ସ୍କୁଲ୍‌ରୁ ମିଳିଥିବା କେତେକ ପୋଡ଼ା କାଗଜକୁ ସିବିଆଇ ଅନୁଧ୍ୟାନ କରୁଛି। ଓଏସିସ୍‌ ସ୍କୁଲ୍‌ରୁ ମିଳିଥିବା ପ୍ରଶ୍ନପତ୍ର ସହ କୋଡ୍‌ ମିଶୁଥିବା ଜୁନ୍‌ ୨୧ରେ ଏନ୍‌ଟିଏ କହିଥିଲା। ଉକ୍ତ ସ୍କୁଲ୍‌ର ପ୍ରିନ୍ସିପାଲ ଡ. ଏହସାନୁଲ ହକ୍‌ ଏନ୍‌ଇଇଟି-ୟୁଜି ପରୀକ୍ଷାର ଜିଲା କୋଅର୍ଡିନେଟର ଥିବାବେଳେ ଭାଇସ୍‌ ପ୍ରିନ୍ସିପାଲ ଇମ୍‌ଜିଆଜ୍‌ ଆଲାମ ସେଣ୍ଟର କୋଅର୍ଡିନେଟର ରହିଥିଲେ। ବର୍ତ୍ତମାନ ସୁଦ୍ଧା ସିବିଆଇ ସମେତ ବିଭିନ୍ନ ରାଜ୍ୟର ତଦନ୍ତକାରୀ ସଂସ୍ଥା ଏହି ମାମଲାରେ ବହୁସଂଖ୍ୟାରେ ଏତଲା ଦାଏର କରିବା ସହ ୬୦ ଜଣଙ୍କୁ ଗିରଫ କରାଗଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କୁ ପୁଣି ଧମକ

ମୁମ୍ବାଇ,୧୮ା୧୦: ଅଭିନେତା ସଲମାନ ଖାନଙ୍କୁ ପୁଣି ଧମକ ମିଳିଛି। ହ୍ବାଟ୍ସଆପ୍‌ରେ ମୁମ୍ବାଇ ଟ୍ରାଫିକ୍‌ ପୋଲିସକୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି। ଏଥିରେ ସଲମାନଙ୍କଠାରୁ ୫ କୋଟି...

ଓଲଟା ସାମ୍ନା କରିବେ ନା ନିଜେ ଓଲଟି ଯିବେ ନୀତୀଶ? ପୁଣି ଅଡୁଆରେ ବିହାର ସରକାର

ପାଟନା,୧୭।୧୦: ବିହାରରେ ମଦ ଉପରେ ନିଷେଧାଦେଶ ଜାରି କରାଯାଇଥିବା ବେଳେ ଯେଉଁମାନେ ବେଆଇନ ମଦ ବ୍ୟବସାୟ କରୁଛନ୍ତି ସେମାନେ ପୁଣି ଥରେ ସରକାରଙ୍କୁ ଏକ ଶକ୍ତ...

ୟୁପିରେ ହେଉଛି ନକଲି ଏନକାଉଣ୍ଟର, ଯୋଗୀ ତାଙ୍କ ଆସନକୁ ବଞ୍ଚାଇବାକୁ…

ଲକ୍ଷ୍ନୌ,୧୭।୧୦: ଉତ୍ତର ପ୍ରଦେଶ ପୋଲିସ ଗୁରୁବାର ବହରାଇଚ ହିଂସା ଏବଂ ରାମ ଗୋପାଳ ମିଶ୍ରଙ୍କ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି। ଏହି ଏନକାଉଣ୍ଟରରେ ଦୁଇ...

କେଉଁଠୁ ଆସୁଛି ବିମାନକୁ ବୋମାରେ ଉଡାଇ ଦେବାର ଧମକ, ଗୁଇନ୍ଦା ଏଜେନ୍ସି ହାତରେ ଲାଗିଲା ବଡ ତଥ୍ୟ

ନୂଆଦିଲ୍ଲୀ,୧୭।୧୦: ସୋସିଆଲ ମିଡିଆରେ ବିଭିନ୍ନ ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିବାର କିଛି ଦିନ ପରେ କେନ୍ଦ୍ରୀୟ ଗୁପ୍ତଚର ସଂସ୍ଥା ଲଣ୍ଡନ ଏବଂ ଜର୍ମାନୀର...

ବିଦେଶରେ ବସିଥିବା ଲୋକ ଚଲାଉଛନ୍ତି କଂଗ୍ରେସ ଅଧ୍ୟକ୍ଷଙ୍କ ଫେସବୁକ ଆକାଉଣ୍ଟ, ଖାର୍ଗେଙ୍କ ଉପରେ ବଡ ଅଭିଯୋଗ

ନୂଆଦିଲ୍ଲୀ,୧୭।୧୦: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନାମରେ ଏକ ଭେରିଫାଏଡ ଫେସବୁକ ପେଜ୍‌କୁ ଦର୍ଶାଇ ଭାଜପା ଅଭିଯୋଗ କରିଛି ଯେ କଂଗ୍ରେସ ଅଧ୍ୟକ୍ଷଙ୍କ ଇଣ୍ଟରନେଟ ମିଡିଆ...

 ସରକାରଙ୍କ ଚିନ୍ତା ବଢ଼ାଉଛି ବିଷାକ୍ତ ମଦ ମୃତ୍ୟୁ

ପାଟନା,୧୭ା୧୦: ୨୦୧୬ରୁ ମଦକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ବିହାରରେ ମଦମୃତ୍ୟୁ। ରାଜ୍ୟର ସିଓ୍ବାନ ଏବଂ ସରନ୍‌ ଜିଲାରେ ବିଷାକ୍ତ ମଦ ପିଇ ଅନୂ୍ୟନ ୨୫ ଜଣ...

ଦିଲ୍ଲୀରୁ କେଜରିଓ୍ବାଲଙ୍କ ବିଦାୟ ହେବା ନିଶ୍ଚିତ: ବିରେନ୍ଦ୍ର ସଚଦେବା

ନୂଆଦିଲ୍ଲୀ,୧୭।୧୦: ଦିଲ୍ଲୀ ଭାଜପା ରାଜ୍ୟ ସଭାପତି ବିରେନ୍ଦ୍ର ସଚଦେବ ଗୁରୁବାର ଆଇଏନଏସ ସହ କଥାବାର୍ତ୍ତା ବେଳେ କେଜରିୱାଲଙ୍କ ଚିଠି ଏବଂ କଂଗ୍ରେସର ‘ନ୍ୟାୟ-ରଥ’କୁ ନେଇ ପ୍ରତିକ୍ରିୟା...

ତମନ୍ନା ଭାଟିଆଙ୍କୁ ଜେରା କଲା ଇଡି, କାହିଁକି ଜାଣନ୍ତୁ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ପଚରାଉଚରା କରୁଛି। ମହାଦେବ ବେଟିଂ ଆପ୍‌ ସହାୟକ ଆପ ଫେୟାର ପ୍ଲେରେ ଆଇପିଏଲ ମ୍ୟାଚକୁ ପ୍ରମୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri