Categories: ଜାତୀୟ

ଏନ୍‌ଇଇଟି-ୟୁଜି ଶୁଣାଣି ଆଜି

ନୂଆଦିଲ୍ଲୀ,୨୨ା୭:ବିବାଦ ଘେରରେ ଛନ୍ଦିହୋଇଥିବା ଚଳିତ ବର୍ଷର ମେଡିକାଲ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜି ଅନିୟମିତତାକୁ ନେଇ ଦାଏର ୪୦ରୁ ଊର୍ଦ୍ଧ୍ୱ ଆବେଦନର ଶୁଣାଣି ସୁପ୍ରିମକୋର୍ଟରେ ସୋମବାର ଅନୁଷ୍ଠିତ ହେବ। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ଶନିବାର ଏହି ପରୀକ୍ଷାର କେନ୍ଦ୍ରଓ୍ବାରି ଏବଂ ସହରଓ୍ବାରି ଫଳାଫଳ ଘୋଷଣା କରିଥିଲେ, ଯେଉଁଥିରୁ ପ୍ରଶ୍ନପତ୍ର ଲିକ୍‌ ଓ କେତେଜଣ ପରୀକ୍ଷାର୍ଥୀଙ୍କୁ ଅଧିକ ମାର୍କ ଦିଆଯାଇଥିବା ସ୍ପଷ୍ଟ ହୋଇଛି। ଜୁଲାଇ ୨୨ରେ ଶୁଣାଣି ପାଇଁ ସୁପ୍ରିମକୋର୍ଟ ଓ୍ବେବ୍‌ସାଇଟ୍‌ରେ ଅପ୍‌ଲୋଡ ହୋଇଥିବା କଜ୍‌ ଲିଷ୍ଟ ଅନୁଯାୟୀ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଜେ.ବି. ପର୍‌ଡିଓ୍ବାଲା ଏବଂ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ ଏନ୍‌ଟିଏର ଆବେଦନ ସମେତ ୪୦ରୁ ଅଧିକ ଆବେଦନର ଶୁଣାଣି କରିବେ।

Share