ନୂଆଦିଲ୍ଲୀ, ୨୦ା୭: ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ସିବିଆଇ। ମାମଲା ସହ ଜଡିତ ଆଉ ତିନି ଜଣଙ୍କୁ ଗିରଫ କରିଛି ସିବିଆଇ, ଯେଉଁଥିରେ ମାମଲାର, ମାଷ୍ଟରମାଇଣ୍ଡ ଶଶିକାନ୍ତ ପାସୱାନ୍ ମଧ୍ୟ ସାମିଲ ଅଛନ୍ତି। ଏହା ବ୍ୟତୀତ ଏହି ଗ୍ୟାଙ୍ଗ ସହ ଜଡିତ ଦୁଇଜଣ ଛାତ୍ରଙ୍କୁ ମଧ୍ୟ ଗିରଫ କରାଯାଇଛି।
ମାଷ୍ଟରମାଇଣ୍ଡ ଶଶିକାନ୍ତ ପାସୱାନ୍ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି, ଜାମସେଦପୁରରୁ ବି.ଟେକ ଗ୍ରାଜୁଏଟ। ମାମଲା ସହିତ ସମ୍ପୃକ୍ତି ପାଟନା ଏମ୍ସର ଚାରି ଏମବିବିଏସ ଛାତ୍ରଙ୍କୁ ଗିରଫ କରିବା ପରେ ରାଜସ୍ଥାନ ଭରତପୁରରୁ ଦୁଇ ଏମବିବିଏସ ଛାତ୍ରଙ୍କୁ ସିବିଆଇ ଗିରଫ କରିଛି। ଗିରଫ ଛାତ୍ରମାନେ ଭରତପୁର ମେଡିକାଲ କଲେଜର ଛାତ୍ର।
ଏହି ସମସ୍ତେ ପ୍ରଶ୍ନପତ୍ର ସମାଧାନ ପାଇଁ ମେ’ ୫ ସକାଳେ ହାଜରିବାଗରେ ଉପସ୍ଥିତ ଥିଲେ। ଗିରଫ ହୋଇଥିବା ଛାତ୍ରମାନଙ୍କ ମଧ୍ୟରୁ ଜଣେ ପ୍ରଥମ ବର୍ଷର ଛାତ୍ର ଏବଂ ଆଉଜଣେ ଦ୍ୱିତୀୟ ବର୍ଷର ଛାତ୍ର। ସେମାନଙ୍କ ନାମ କୁମାର ମଙ୍ଗଲମ ଏବଂ ଦୀପେନ୍ଦ୍ର ଶର୍ମା ବୋଲି ଜଣାପଡିଛି। ଜୁଲାଇ ୧୯ ରେ, ଆରଆଇଏମ’ର ଜଣେ ଛାତ୍ରଙ୍କୁ ମଧ୍ୟ ଗିରଫ କରାଯାଇଥିଲା।