Categories: ଜାତୀୟ

ପାର୍ଲାମେଣ୍ଟ ଅଭିମୁଖେ ଶୋଭାଯାତ୍ରାରେ ବାହାରିବେ ଛାତ୍ର

ନୂଆଦିଲ୍ଲୀ,୧ା୭: ଏନ୍‌ଇଇଟି-ୟୁଜି ସମେତ ପିଜି ଏବଂ ୟୁଜିସି ନେଟ୍‌ ପରୀକ୍ଷାରେ ହୋଇଥିବା ଅନିୟମିତତା ପ୍ରତିବାଦରେ ଦିଲ୍ଲୀର ଯନ୍ତରମନ୍ତରଠାରେ ଧାରଣାରେ ବସିଥିବା ଛାତ୍ରୀଛାତ୍ର ସେମାନଙ୍କ ଦାବିକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବା ପାଇଁ ମଙ୍ଗଳବାର ପାର୍ଲାମେଣ୍ଟ ଅଭିମୁଖେ ଶୋଭାଯାତ୍ରାରେ ଯିବେ। ଛାତ୍ରୀଛାତ୍ରଙ୍କ ଅନିର୍ଦ୍ଦିଷ୍ଟ କାଳ ଧାରଣା ସୋମବାର ଷଷ୍ଠ ଦିନରେ ପହଞ୍ଚିଛି।

ପରୀକ୍ଷା ଦୁର୍ନୀତିକୁ ନେଇ ‘ଇଣ୍ଡିଆ ଏଗେନେଷ୍ଟ ଏନ୍‌ଟିଏ’ ବ୍ୟାନରରେ ସେମାନେ ଧାରଣା ଜାରି ରଖିଛନ୍ତି। ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେଣ୍ଟ(ଏନ୍‌ଟିଏ)କୁ ବ୍ୟାନ୍‌ କରିବା ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ସେମାନେ ଦାବି କରିବା ସହ ସମସ୍ତଙ୍କ ପାଇଁ ଏନ୍‌ଇଇଟି-ୟୁଜି ପରୀକ୍ଷା ପୁନର୍ବାର କରାଇବା ଦାବିରେ ଅଡ଼ିବସିଛନ୍ତି। ଏଥିସହିତ ବିଶ୍ୱବିଦ୍ୟାଳୟ ପାଇଁ ଉଦ୍ଦିଷ୍ଟ ପୁରୁଣା ପ୍ରବେଶିକ ପରୀକ୍ଷା ବ୍ୟବସ୍ଥା ଲାଗୁ କରିବାକୁ ଦାବି ହୋଇଛି। ଆନ୍ଦୋଳନରେ ସାମିଲ ହୋଇଥିବା ଛାତ୍ର ସଂଗଠନ ମଧ୍ୟରେ ଏଆଇଏସ୍‌ଏ ଏବଂ ଦିଲ୍ଲୀ ୟୁନିଭର୍ସିଟିର କଓ୍ବୋଇଏସ୍‌ ରହିଛନ୍ତି।

Share