Categories: ଜାତୀୟ

ଏନ୍‌ଇଇଟି ୟୁଜି ଲାଗି ସର୍ବୋଚ୍ଚ ବୟସସୀମା ହଟିଲା

ନୂଆଦିଲ୍ଲୀ,୯।୩: ଜାତୀୟ ମେଡିକାଲ କମିଶନ (ଏନ୍‌ଏମ୍‌ସି) ଏନ୍‌ଇଇଟି-ଅଣ୍ଡରଗ୍ରାଜୁଏଟ୍‌ ୨୦୨୨ ପରୀକ୍ଷା ଦେବାକୁ ଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ସର୍ବୋଚ୍ଚ ବୟସ ସୀମାକୁ ହଟାଇ ଦେଇଛନ୍ତି। ୨୦୧୭ରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଅଣସଂରକ୍ଷିତ ପ୍ରାର୍ଥୀଙ୍କ ପାଇଁ ସର୍ବୋଚ୍ଚ ବୟସସୀମା ୨୫ ବର୍ଷ ଓ ସଂରକ୍ଷିତ ପ୍ରାର୍ଥୀଙ୍କ ଲାଗି ୩୦ ବର୍ଷ ଧାର୍ଯ୍ୟ କରିଥିଲେ। ଏନ୍‌ଇଇଟି ୟୁଜି ସୂଚନା ବୁଲେଟିନ୍‌ରୁ ସର୍ବୋଚ୍ଚ ବୟସସୀମା ମାନଦଣ୍ଡ ହଟାଇଦେବାକୁ କମିଶନ ସଚିବ ଡ. ପୁଲକେଶ କୁମାର ଜାତୀୟ ପରୀକ୍ଷା ସଂସ୍ଥା (ଏନ୍‌ଟିଏ)କୁ ଚିଠି ଲେଖିଛନ୍ତି। ବୟସସୀମା ହଟାଇ ଦିଆଯାଇଥିବାରୁ ଡାକ୍ତରୀ ପଢ଼ିବାକୁ ଚାହୁଁଥିବା ଛାତ୍ରୀଛାତ୍ର ଏକାଧିକ ଥର ମେଡିକାଲ ପ୍ରବେଶିକା ପରୀକ୍ଷା ଦେଇପାରିବେ।

Share