ଭାବପ୍ରବଣ ହେଲେ ନୀତୁ

ଭେଟେରାନ ଅଭିନେତା ଋଷି କପୁର ହୁଏତ ଏହି ଦୁନିଆରେ ନାହାନ୍ତି, କିନ୍ତୁ ସେ ଆଜିବି ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ହୃଦୟରେ ଜୀବିତ ଅଛନ୍ତି। ଆଜି ଅଭିନେତ୍ରୀ ନୀତୁ କପୁର ୪୩ତମ ବିବାହ ବାର୍ଷିକୀରେ ସ୍ବାମୀ ଋଷିଙ୍କୁ ସ୍ମରଣ କରିଛନ୍ତି। ଏହି ବିଶେଷ ଅବସରରେ ସେ ଏକ ପୁରୁଣା ଫଟୋ ପୋଷ୍ଟ କରିଛନ୍ତି। ଫଟୋରେ ନୀତୁଙ୍କ ପୁରା ପରିବାର ନଜର ଆସିଛନ୍ତି। ଫଟୋ ଶେୟାର କରି ନୀତୁ ଲେଖିଛନ୍ତି, ସମୟ ଦ୍ରୁତ ଗତିରେ ଗତି କରେ, କେବଳ ସ୍ମୃତି ରହିଥାଏ।
ନୀତୁ ଏବଂ ଋଷି କପୁର ଜାନୁଆରୀ ୨୨, ୧୯୮୦ରେ ବିବାହ କରିଥିଲେ। କରୋନାରେ ୩୦ ଏପ୍ରିଲ ୨୦୨୦ରେ ଋଷି ଏହି ଜଗତକୁ ବିଦାୟ ଦେଇଥିଲେ।

Share