ଏତିକି କୋଟି ଟଙ୍କାର ଆପାର୍ଟମେଣ୍ଟ କିଣିଲେ ନୀତୁ କପୁର

ମୁମ୍ବାଇ: ଅଭିନେତ୍ରୀ ତଥା ରଣବୀର କପୁରଙ୍କ ମା’ ନୀତୁ କପୁର ନିଜ ପାଇଁ ଏକ ନୂଆ ଆପାର୍ଟମେଣ୍ଟ କିଣିଛନ୍ତି। ରିପୋର୍ଟ ଅନୁଯାୟୀ, ଆଲିଆଙ୍କ ଶାଶୁ ନୀତୁ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ବିଳାସପୂର୍ଣ୍ଣ ୪-ବିଏଚ୍‌କେ ଫ୍ଲାଟ କିଣିଛନ୍ତି। ଯାହାର ମୂଲ୍ୟ ୧୭.୪ କୋଟି ଟଙ୍କା। ଆପାର୍ଟମେଣ୍ଟଟି ୩୩୮୭ ବର୍ଗଫୁଟ, ଏହି ଘରେ ତିନୋଟି ପାର୍କିଂ ସ୍ଥାନ ରହିଛି। ନିକଟରେ ଆଲିଆ ଭଟ୍ଟ ବାନ୍ଦ୍ରାଠାରେ ଏକ ନୂଆ ଫ୍ଲାଟ କିଣିଛନ୍ତି ଯାହାର ମୂଲ୍ୟ ୩୭ କୋଟି ଟଙ୍କା। ଏହା ବ୍ୟତୀତ ଆଲିଆ ଆଉ ଦୁଇଟି ଫ୍ଲାଟ କିଣିଛନ୍ତି। ଆଲିଆ ଏହି ଫ୍ଲାଟକୁ ତାଙ୍କ ଭଉଣୀ ଶାହିନ ଭଟ୍ଟଙ୍କୁ ଦେଇଛନ୍ତି। ସୂଚନାନୁସାରେ, ଆଲିଆ ଏବଂ ରଣବୀର କପୁର ମଧ୍ୟ ସେମାନଙ୍କ ନୂତନ ଗୃହ ନିର୍ମାଣ ଉପରେ ଦୃଷ୍ଟି ରଖିଛନ୍ତି।

Share