ମୁମ୍ବାଇ: ଆଜି ପିତୃ ଦିବସରେ ଅଭିନେତ୍ରୀ ନୀତୁ କପୁର ସ୍ବାମୀ ଋଷି କପୁରଙ୍କ ଫଟୋ ଶେୟାର କରିଛନ୍ତି। ଫଟୋ ଶେୟାର କରି ନୀତୁ କ୍ୟାପଶନ ଲେଖିଛନ୍ତି, ପିତୃ ଦିବସ ସବୁବେଳେ ଆମ ହୃଦୟରେ ଥାଏ। ତାଙ୍କର ଏହି ପୋଷ୍ଟରେ ଝିଅ ରିଦ୍ଧିମା କପୁର କମେଣ୍ଟ ଦେଇଛନ୍ତି। ସେ ଏହି ପୋଷ୍ଟରେ ହାର୍ଟ ଇମୋଜି ଦେଇଛନ୍ତି।
ନୀତୁଙ୍କ ପୋଷ୍ଟରେ କରୀନା କପୁର, ସବା ଅଲ୍ଲ ଖାନ୍, ସଞ୍ଜୟ କପୁର, ସୋନି ରଜଦା, ଅନିତା ଶ୍ରଫ୍ ବି ସୁନ୍ଦର ପ୍ରତିକ୍ରିୟା ରଖିଛନ୍ତି।
୧୯୮୦ରେ ନୀତୁ ଏବଂ ଋଷି ବିବାହ କରିଥିଲେ। ‘ୟାଦୋଁ କି ବାରାତ୍, ଦିଓ୍ବାର, ଖେଲ୍ ଖେଲ୍ ମେ ଏବଂ କଭି କଭିରେ ଏକାଠି ଅଭିନୟ କରିଥିଲେ। ୨୦୨୦ରେ ଋଷିଙ୍କର ନିଧନ ଳହୋଇଥିଲା। ଏହା ପରେ ନୀତୁ ତାଙ୍କ ଏକାକୀ ଜୀବନକୁ ଫେରିବା ସମ୍ପର୍କରେ କହିଥିଲେ। ନୀତୁ କହିଛନ୍ତି, ତାଙ୍କୁ ଛାଡ଼ି ମୁଁ ଅଭିନୟ କରିପାରିବି ନାହିଁ। ଆଜି ବି ମୁଁ ଏକାକୀ କେଉଁ ଫଙ୍କ୍ସନକୁ ଯାଇପାରେନା। ନିକଟରେ ଏକ ବଡ଼ ଇଭେଣ୍ଟକୁ ମୋତେ ଡକା ଯାଇଥିଲା। ଯେଉଁଠି ସେମାନେ ମୋତେ ପୁରସ୍କୃତ କରିବାକୁ ଚାହୁଁଥିଲେ। କିନ୍ତୁ ମୁଁ ତାଙ୍କ ବିନା ଯାଇପାରିବି ନାହିଁ। ମୁଁ ଏକୁଟିଆ ଯିବାକୁ ଅଶୁଭ ମନେ କରେ। ମୋର ସେ ଆତ୍ମବିଶ୍ୱାସ ଆଉ ନାହିଁ। ନୀତୁଙ୍କ ଏହି ଭାବପ୍ରବଣ କଥାରେ ପ୍ରଶଂସକମାନେ ମଧ୍ୟ ଭାବପ୍ରବଣ ହୋଇଯାଇଛନ୍ତି।